ପତ୍ନୀ ସହ ସ୍ୱାମୀ ଝଗଡା କରି ସ୍ୱାମୀ ସାଜିଲା ସଇତାନ
ଗ୍ରେଟର ନୋଇଡା: ମଦ୍ୟପ ସ୍ୱାମୀ ସାଜିଲା ସଇତାନ ।ଉତ୍ତର ପ୍ରଦେଶର ଗ୍ରେଟର ନୋଇଡାର ସୁରଜପୁର ଅଂଚଳରେ ମଦ୍ୟପାନ କରି ନିଜର ହିତାହିତ ଜ୍ଞାନ ହରାଇ ନିଜର କୁନି କୁନି ୬ ବର୍ଷିୟା ଓ ୩ ବର୍ଷିୟା ଦୁଇ ଝିଅଙ୍କୁ ହତ୍ୟା କରିବା ଘଟଣା ଅଂଚଳରେ ବେଶ ଚାଂଚଲ୍ୟ ଖେଳାଇଦେଇଛି । ରିପୋର୍ଟରୁ ଜଣାପଡିଛିଯେ ଅଭିଯୁକ୍ତ ହରିଶଙ୍କର ତାଙ୍କ ପତ୍ନୀଙ୍କ ସହ କୈାଣସି ଘଟଣାକୁ କେନ୍ଦ୍ରକରି ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ହରି ଶଙ୍କର ନିଜର କୁନି ଛୁଆ ମାନଙ୍କ ଉପରେ ଆକ୍ରମଣ କରିଥିଲା । ଆକ୍ରମଣରେ ଦୁଇ ଶିଶୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୁକ୍ତ ଙ୍କ ପତ୍ନୀ ଅଭିଯୋଗ ଆଣିବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଖୋଜିବା ସହ ତଦନ୍ତ ଜାରୀ କରିଛି ।


