ସର୍ବୋଦୟ ସମ୍ମିଳନୀକୁ ଉତ୍କଳ ସର୍ବୋଦୟ ମଣ୍ଡଳର ବିରୋଧ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ସର୍ବୋଦୟ ମଣ୍ଡଳ ଆୟୋଜନରେ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆମେ ୧୬ ଟି ଜିଲ୍ଲାରେ ଗଠିତ ହୋଇଥିବା ଜିଲ୍ଲା ସର୍ବୋଦୟ ମଣ୍ଡଳ ତରଫରୁ ଆସନ୍ତା ୧୭ ତାରିଖରେ ଗାନ୍ଧୀସ୍ମାରକ ନିଧି ସମେତ ବିଭିନ୍ନ ଅନୁଷ୍ଠାନ ମାନଙ୍କର ଅନୁଷ୍ଠିତ ହେବାକୁ ଥିବା ବିବାଦୀୟ ସର୍ବୋଦୟ ସମ୍ମିଳନୀ ଆୟୋଜନକୁ ବିରୋଧ କରୁଛୁ । କରୋନା ସମୟରେ ଅସାମ୍ବିଧାନିକ ଓ ବେନିୟମ ଭାବେ ଗଠିତ ହୋଇଥିବା ସର୍ବସେବାସଂଘ ନିର୍ବାଚନକୁ ମଧ୍ୟ ଅସିଦ୍ଧ ଘୋଷଣା କରୁଛୁ । ପ୍ରକାଶ ଥାଉକି ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁପରେ ଭୂଦାନ ପ୍ରଣେତା ଆଚାର୍ଯ୍ୟ ବିନୋବା ଭାବେଙ୍କ ପୃଷ୍ଠପୋଷକତାରେ ପ୍ରତିଷ୍ଠା ହୋଇଥିବା “ସର୍ବସେବାସଂଘ” ଜାତୀୟ ସ୍ତରରେ ନିଷ୍ଠାବାନ ସର୍ବୋଦୟ କର୍ମୀଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ଯାହାକି ୨୦୨୦ ମସିହା ୨୯ ମାର୍ଚ୍ଚ ମାସରେ ହେବାକୁ ଥିବା ନିର୍ବାଚନ କରୋନା ଯୋଗୁଁ ସ୍ଥଗିତ କରାଯାଇଥିଲା । ପ୍ରତି ୩ ବର୍ଷରେ ଲୋକସେବକଙ୍କ ଦ୍ୱାରା ନୂତନ ସଭାପତି ନିର୍ବାଚିତ ହେଉଥିବା ବେଳେ କରୋନା ସଂକ୍ରମଣ କାଳରେ କେତେକ ନ୍ୟସ୍ତସ୍ୱାର୍ଥୀ, ଚକ୍ରାନ୍ତକାରୀ ସର୍ବସେବା ସଂଘର କୋରମ ଅଭାବ ସତ୍ୱେ ଅସାମ୍ବିଧାନିକ ଭାବେ ଜଣେ କ୍ଷମତାଲିପସୁ ସର୍ବୋଦୟ କର୍ମୀଙ୍କୁ ସଭାପତି କରାଇ ସଂଘର ଜମି, ସଂପତ୍ତିକୁ ବେନିୟମ ଭାବେ ଓ ଲିଜ, ବ୍ୟାଙ୍କ ଆକାଉଣ୍ଟ ନ ଥାଇ ନଗଦ ଆକାରରେ ଧନ ସଂଗ୍ରହ କରି ଅରାଜକତା ସୃଷ୍ଟି କରୁଛନ୍ତି । ଓଡିଶାର ଗାନ୍ଧୀ ସ୍ମାରକ ନିଧିର କର୍ମକର୍ତ୍ତାମାନେ ଅବୈଧ ଭାବରେ ଉତ୍କଳ ସର୍ବୋଦୟ ମଣ୍ଡଳର ଜିଲ୍ଲାସ୍ତରୀୟ ସର୍ବୋଦୟ ମଣ୍ଡଳ ସମାନ୍ତରାଳ ଭାବରେ ଗଠନ କରିଚାଲିଛନ୍ତି । ଯାହାକି ଉତ୍କଳ ସର୍ବୋଦୟ ମଣ୍ଡଳର ସଂବିଧାନ ବିରୋଧୀ । ସଂବିଧାନ ଅନୁସାରେ ଜିଲ୍ଲା ସର୍ବୋଦୟ ମଣ୍ଡଳ ହିଁ ଉତ୍କଳ ସର୍ବୋଦୟ ମଣ୍ଡଳର ପ୍ରକୃତ ପ୍ରତିନିଧି । ଅଗଣତାନ୍ତ୍ରିକଭାବେ କିଛି ବ୍ୟକ୍ତିବିଶେଷ ଓ ଗାନ୍ଧୀସ୍ମାରକ ନିଧିର କିଛି କର୍ମକର୍ତ୍ତା ରାଜ୍ୟସ୍ତରୀୟ ସର୍ବୋଦୟ ସମ୍ମିଳନୀ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।ଉତ୍କଳ ସର୍ବୋଦୟ ମଣ୍ଡଳର ଜିଲ୍ଲାସ୍ତରୀୟ ସର୍ବୋଦୟ ମଣ୍ଡଳ ନାମରେ ସମାନ୍ତରାଳ ସଂଗଠନ କରିବା ନିଜକୁ ସର୍ବୋଦୟ ସଙ୍ଗଠନର ହକଦାର ବୋଲି ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ସର୍ବୋଦୟ ସମ୍ମିଳନୀ କରିବା ସର୍ବୋଦୟ ସଙ୍ଗଠନ ଓ ଆଦର୍ଶ (ରମାଦେବୀ, ମାଳତୀଦେବୀ, ଗୋପବନ୍ଧୁ ଚୌଧୁରୀ ଓ ଅନ୍ନପୂର୍ଣ୍ଣା ମହାରଣା ତଥା ମନମୋହନ ଚୌଧୁରୀ ଙ୍କ ତ୍ୟାଗ ଉପରେ ପ୍ରତିଷ୍ଠିତ ସର୍ବୋଦୟ ନୀତି ଓ ଆଦର୍ଶକୁ ନିଜ ସ୍ୱାର୍ଥସିଦ୍ଧି ପାଇଁ କେତେକ କୁଚକ୍ରୀ ୨୯ ନଭେମ୍ବର ୨୦୨୦ ଠାରୁ ନିରନ୍ତର ଚେଷ୍ଟା ଚଳାଇ ଏକ ଭ୍ରମାତ୍ମକ ଓ ହିଂସାତ୍ମକ ବାତାବରଣ ସୃଷ୍ଟି କରିବାଦ୍ୱାରା ସତ୍ୟ, ଅଂହିସା ଓ ସମାନତା ଉପରେ ପର୍ଯ୍ୟବେଶିତ ଉତ୍କଳ ସର୍ବୋଦୟ ମଣ୍ଡଳର କାର୍ଯ୍ୟକୁ ବ୍ୟାହତ କରୁଛନ୍ତି ।ସର୍ବସେବାସଂଘ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ୱାର୍ଦ୍ଧାକୋର୍ଟ ଓ ନାଗପୁର ହାଇକୋର୍ଟରେ ବିଚାର ଚାଲିଥିବା ସମୟରେ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଥିବା ବେଳେ କୋର୍ଟର ନିୟମ ବିରୁଦ୍ଧରେ କୁଚକ୍ରୀ ତଥାକଥିତ ଲୋକମାନେ ଏପରି ଘୃଣ୍ୟକାର୍ଯ୍ୟରୁ ନିବୃତ୍ତ ରହିବା ନିମନ୍ତେ ଆମେ ନିମ୍ନ ସ୍ୱାକ୍ଷରଗଣ ନିବେଦନ କରୁଛୁ । ସାମ୍ବିଧାନିକ ପ୍ରକ୍ରିୟା ମାଧ୍ୟମରେ ୩୦ ମାର୍ଚ୍ଚ ୨୦୨୦ ୱେବସାଇଟରେ ପ୍ରକାଶିତ ହୋଇଥିବା ଲୋକସେବକ ମାନେହିଁ ସଭାପତି ଚୟନ କରିବାର ସଂବିଧାନ ଥିଲେ ମଧ୍ୟ ସଂପତ୍ତି ଓ ସର୍ବୋଦୟର ଆଦର୍ଶକୁ କଳୁଷିତ କରିବାପାଇଁ ଚେଷ୍ଟାରୁ ନିବୃତ୍ତ ରହନ୍ତୁ । ଯଦି ନ କରନ୍ତି ଉତ୍କଳ ସର୍ବୋଦୟ ମଣ୍ଡଳ ବାଧ୍ୟ ହୋଇ ସତ୍ୟାଗ୍ରହ କରିବାପାଇଁ ନ୍ୟାୟ ଭିକ୍ଷା କରିବା ନିଷ୍ପତ୍ତି ନେବାପାଇଁ ଆମେ ବାଧ୍ୟ ହେବୁ ।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି କୈଳାସ ସାହୁ, ସଂପାଦକ ରମାକାନ୍ତ ମଣ୍ଡଳ, ଯାଜପୁର ଜିଲ୍ଲା ସଭାପତି କୂଳମଣୀ ଶୁକ୍ଳ, ଭଦ୍ରକ ଜିଲ୍ଲା ସଭାପତି ଅମର ପାଣିଗ୍ରାହୀ, କେନ୍ଦୁଝର ସଭାପତି ବୀରବର ନାୟକ, ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରଦୀପ ସାହୁ, କଟକ ଜିଲ୍ଲା ସଭାପତି ଲକ୍ଷ୍ମୀପ୍ରିୟା ମହାନ୍ତି, ଜଗତସିଂହପୁର ଜିଲ୍ଲା ସଭାପତି ରମାରଞ୍ଜନ ସ୍ୱାଇଁ ପୁରୀ ଜିଲ୍ଲା ସଭାପତି ଉମାବଲ୍ଲଭ ମହାପାତ୍ର, ସୋନପୁର ଜିଲ୍ଲା ପ୍ରତିନିଧି ଗୋବର୍ଦ୍ଧନ ଖେତି ,ମୟୁରଭଂଜ ପ୍ରତିନିଧି ପିତାମ୍ବର ସାହୁ,ଏଥିସହିତ ରାଜ୍ୟ କମିଟୀ ସଦସ୍ୟା ଅପର୍ଣ୍ଣା ନାୟକ, ମଳୟ ତ୍ରିପାଠୀ,ଖଗେଶ୍ୱର ବଳ ପ୍ରଭୃତି ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ