କାଳୀ ପ୍ରସାଦ ସାମନ୍ତରାୟ ଥିଲେ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଶିକ୍ଷା ବିତ, ସମାଜସେବୀ, ସଂଗଠକ ତଥା ବିଜୁ ପଟନାୟକ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟ ଙ୍କ ୬୦ ତମ ଜୟନ୍ତୀ ଓ ସ୍ମୃତି ଚାରଣ ସଭା ଓଡିଶା ନାଗରିକ ମହା ମଞ୍ଚ କାର୍ଯ୍ୟାଳୟ ରେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି. ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ସ୍ମୃତି ସଭା ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନିତଅତିଥି ଭାବେ ଦେବି ପ୍ରସାଦ ପୃଷ୍ଟି, ସଂଯୋଜକ ବାପୁ ଓଝା ଯୋଗ ଦେବା ସହିତ ଓଡ଼ିଆ ଭାଷା, ସମାଜସେବା, ରକ୍ତଦାନ, ତଥା ବହୁ ଶିକ୍ଷାଅନୁଷ୍ଠାନ ର ପ୍ରାଣ ପ୍ରତିଷ୍ଠାତା ବୋଲି ବକ୍ତବ୍ୟ ରଖି ଥିଲେ. ମହା ପୁରୁଷ ଓ ଶହୀଦ ମାନଙ୍କ ଆବିର୍ଭାବ ଓ ତିରୋଧାନ ସହିତ ତାଙ୍କ କୃତି ଓ କୀର୍ତ୍ତି ବିଷୟରେ ଉଲେଖ କରିବା ସହିତ ଜନ ଜାଗରଣ ପାଇଁ ସର୍ବଦା ଚେଷ୍ଟିତ ଥିଲେ. ଓଡ଼ିଆ ଭାଷା କୁ ଝାଡ଼ଖଣ୍ଡ ରେ ଦ୍ୱିତୀୟ ରାଜ ଭାଷା ଦେବା ରେ ତାଙ୍କର ଭୂମିକା ଥିଲା ଅତୁଳନୀୟ. ଗରିବ, ଅସହାୟ ମାନଙ୍କ ପାଇଁ ସର୍ବଦା ସହାୟତା ର ହସ୍ତ ବଢ଼ାଇ ଆସୁ ଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ ବିଜୟ ପରିଡା, ରୋହିତ କୁମାର, ଅବଦୁଲ ଆଜାଦ, ପ୍ରମୋଦ ପତି, ଋତୁରାଜ ପଟନାୟକ, ନିରଞ୍ଜନ ସାହୁ ଉପସ୍ଥିତ ରହିବା ସହିତ ଧନ୍ୟବାଦଅର୍ପଣ କରିଥିଲେ ନାଗରିକ ମହାମଞ୍ଚ ର ସାଧାରଣ ସମ୍ପାଦକ ପ୍ରଦୀପ ବିଶ୍ୱଳ ବୋଲି ଅରବିନ୍ଦ ତ୍ରିପାଠୀ ଜଣାଇ ଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ