ଜାତୀୟ ରାଜପଥ ନଂ-୧୬ର ରାସ୍ତା ସମ୍ପ୍ରସାରଣର ମନୋମୁଖୀ କାର୍ଯ୍ୟ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଗ୍ରାମ ପଞ୍ଚାୟତ ତଥା ନାଚୁଣୀ ଗ୍ରାମ୍ୟ କମିଟି ଓ ଗ୍ରାମବାସୀଙ୍କ ତରଫରୁ ନାଚୁଣୀଠାରେ ଜାତୀୟ ରାଜପଥ ନଂ-୧୬ର ରାସ୍ତା ଓ ଡ୍ରେନେଜ ସମ୍ପ୍ରସାରଣ ଓ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟକୁ ନେେଇ କମ୍ପାନୀର ଏକଚାଟିଆ ନୀତି ବିରୁଦ୍ଧରେ ଗତ ଡ଼ିସେମ୍ବର ୧୨ ତାରିଖରେ ଜିଲ୍ଲାପାଳ, ୧୩ ତାରିଖରେ ସି.ପି ଆରୋରା ପ୍ରକଳ୍ପ ଅଧିକାରୀ ଏବଂ ୧୫. ତାରିଖରେ ଏନ୍‌ଏଚ୍‌ଏଆଇ ଆଞ୍ଚଳିକ ଅଧିକାରୀ ଭୁବନେଶ୍ୱରଙ୍କୁ ସାକ୍ଷାତ ଆଲୋଚନା କରି ୩ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଅଛି । ଦାବି ସମୂହ (୧) ନାଚୁଣୀ ଗ୍ରାମର ରାମମନ୍ଦିର ପାଶ୍ୱର୍ ସାହିର ପୂର୍ବରୁ ଥିବା ଡ୍ରେନକୁ ପୂର୍ବପରି କାର୍ଯ୍ୟକ୍ଷମ କରି ପୂର୍ବତଟ ଫ୍ଲାଏ ଓଭର ଦେଇ ଆସିଥିବା ଡ୍ରେନକୁ ପଶ୍ଚିମ ଦିଗରେ ଥିବା ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ସଂଯୋଗ କରାଯାଇ କାର୍ଯ୍ୟକ୍ଷମ କରାଯାଉ (୨) ରାଜପଥର ଦକ୍ଷିଣପାଶ୍ୱର୍ରେ ଡ୍ରେନ କିମ୍ବା କାନ୍ଥ ବ୍ୟବସ୍ଥା ତୁରନ୍ତ କରାଯାଉ (୩) ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଥିବା ବିପଦ ସଙ୍କୁଳ ଚାରିଛକକୁ ଫ୍ଲାଏ ଓଭର କିମ୍ବା ଏକକ ରାସ୍ତାରେ ପରିଣତ କରାଯାଉ । ଯଦି ଏହି କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ବନ କରାଯାଏ ତେବେ ଅନେକ ଧନଜୀବନ ହାନି ଘଟୁଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ଜନସାଧାରଣଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଜାତୀୟ ରାଜପଥ କର୍ତ୍ତୃପକ୍ଷ ତାଙ୍କ ପ୍ରତିଶ୍ରୁତି ପାଳନ ନ କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନ ନ କରନ୍ତି, ତେବେ ବାଧ୍ୟ ହୋଇ ଗ୍ରାମବାସୀମାନେ ରାଜରାସ୍ତକୁ ଓହ୍ଲାଇବେ ବୋଲି ଶ୍ରମିକ ନେତା ପଞ୍ଚାନନ ମହାରଣା ଚେତାବନୀ ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ପ୍ରଧାନ, ଅଶୋକ କୁମାର ଦାସ, ପ୍ରସନ୍ନ କୁମାର ସେଣ, ମୁରଲୀ ସେନ, ଯୋଗେନ୍ଦ୍ର ମହାରଣା, ମକୁ ସ୍ୱାଇଁ ଏବଂ ଶତାଧିକ ଗ୍ରାମବାସୀ ସାମିଲ୍ ଥିଲେ । ଏହାକୁ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଓ ୱାର୍ଡ଼ମେମ୍ବର ସଭ୍ୟ ସମର୍ଥନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ