ଗଞ୍ଜାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠାରେ ଚିକିତ୍ସା ଆରମ୍ବ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ଉଦଘାଟନ ହେବା ସହ ରୋଗୀକାଳୟଣ ସମିତି ବୈଠକ ଅନୁଷ୍ଠିତ ହୋଇଛି lଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ଉଦଘାଟନ ଉତ୍ସବରେ ଗଞ୍ଜାମ ଏନଏସି ଅଧ୍ୟାକ୍ଷା ପ୍ରତିଭା ପାଢ଼ୀ ଯୋଗଦେଇ ଏହାର ଉଦଘାଟନ କରିଥିବା ବେଳେ ,ସମ୍ମାନିତ ଅତିଥିରୂପେ ରୋଗିକଲ୍ୟଣ ସମିତିର ଅଧକ୍ଷ ତଥା ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା ଯୋଗଦେଇଥିବା ବେଳେ ,ଗଞ୍ଜାମ ମେଡ଼ିକାଲ ଆୟୁଷ ଡାକ୍ତର ବନଜ କର ଉପସ୍ଥିତ ଥିଲେ। ପରେ ରୋଗିକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୂତନ ସ୍ଵାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ସହ ସ୍ଥାନ ନିରୂପଣ ପାଇଁ ନିଷ୍ପତ୍ତି ହୋଇଥିଲା।ଏହି ଅବସରରେ କାୟକଳ୍ପ ର ଅର୍ଥ ରାଶି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ପିଏସଓ ସଂଯୁକ୍ତା ରାଣୀ ଜେନା, ଫାର୍ମାସିଷ୍ଟ ଶ୍ରୀମୟKରଥ,ବିପିଏମ ସରୋଜ ମହାନ୍ତି, ପିଏସଓ ସସ୍ମିତା ପୃଷ୍ଟି, ନର୍ସିଙ୍ଗ ଅଫିସର ଚନ୍ଦନ କୁମାର ମଲ୍ଲିକ, ନର୍ସିଙ୍ଗ ଅଫିସର ସୁମିତା ନାୟକ,ରେଡ଼ିଓ ଗ୍ରାଫର ରଶ୍ମିତା ପାଣିଗ୍ରାହୀ,ଯକ୍ଷ୍ମା ଟେକ୍ନିସିଆନ ରବିନ୍ଦ କୁମାର ସେଠୀ ପ୍ରମୁଖଙ୍କ ସହ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ l


