ବନ୍ଥପଲ୍ଲୀ ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

କୁକୁଡାଖଣ୍ଡି, (ଯୁଗାବ୍ଦ ନ୍ୟୁଜ):କୁକୁଡାଖଣ୍ଡି ବ୍ଲକ ବନ୍ଥପଲ୍ଲୀ ପଂଚାୟତ ପରିସରରେ ଜନମଙ୍ଗଳ ଯୁବକ ସଂଘ ବନ୍ଥପଲ୍ଲୀ ଯୁବକ ଗୋଷ୍ଠୀଙ୍କ ଦ୍ୱାରା ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ଏଥିରେ ଏମକେସିଜି ମେଡିକାଲ କଲେଜର ରକ୍ତଭଣ୍ଡାର କର୍ତ୍ତୃପକ୍ଷ ପକ୍ଷଙ୍କ ସହଯୋଗ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପଂଚାୟତର 63 ଜଣ ରକ୍ତଦାନ କରିଛନ୍ତି l ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବପାତ୍ର, ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧକ୍ଷା ବିଷ୍ଣୁପ୍ରିୟା ପାତ୍ର, ଦିଗପହଣ୍ଡି ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା ଯୋଗଦେଇ ଶିବିର ଉଦଘାଟନ କରିଥିଲେ l ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ, ସମିତିସଭ୍ୟା ସୁନିତା ଦାସ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ,ଏବଂ ସମିତିସଭ୍ୟା ରମେଶ ସ୍ୱାଇଁ, ଏବଂ ଜନ ମଙ୍ଗଳ ସଂଘ ସଭାପତି ରିଙ୍କୁ ତାରିଣୀ, ବୀରେନ୍ଦ୍ର ଗୌଡ଼ ଏଥିରେ ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ, ଟୁନା ନାୟକ,ଜନ ମଙ୍ଗଳ ଯୁବକ ସଙ୍ଘ କର୍ମକର୍ତା ମାନେ ଉପସ୍ଥିତ ରହିଥିଲେl

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ