ସହକାରୀ ଯନ୍ତ୍ରୀଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଛେଲିଗଡ ଜଳ ସେଚନ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ଦିଲିପ କୁମାର ସାହୁଙ୍କଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ବ୍ରହ୍ମପୁର ଭିଜିଲାନ୍ସର ୫ ଜଣିଆ ଟିମ । ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଦେଶରେ ଇନ୍ସପେ୍ଟର ରାଜେନ୍ଦ୍ର କୁମାର ନାୟକଙ୍କ ସମେତ ୫ ଜଣ ବ୍ରହ୍ମପୁର ଗୋପବନ୍ଧୁ ନଗର ନିଜ ବାସ ଭବନ ଓ ଜ୍ୟୋତି ନଗର ରେ ଚଢ଼ାଉ କରିବା ସହ ଛେଳିଗଡ ଜଳ ସେଚନ ପ୍ରକଳ୍ପ ସ୍ଥିତ ତାଙ୍କ ସରକାରୀ ବାସଭବନ ରେ ଚଢ଼ାଉ କରି ସେଇ ସ୍ଥାନ ରୁ ୪ ହଜାର ଟଙ୍କା ଜବତ ହୋଇଛି ।


