ଆୟୁଷ୍ମାନଙ୍କୁ ପ୍ରଶଂସାରେ ତାହିରା
ବଲିଉଡ୍ ନାୟକ ଆୟୁଷ୍ମାନ ଖୁରାନାଙ୍କୁ ତାଙ୍କ ପତ୍ନୀ ତାହିରା ଖୁବ୍ ପ୍ରଶଂସା କରିଛନ୍ତି । ନିକଟରେ ସେ ଏକ ପ୍ରମୋଶନାଲ ପ୍ରେସ କନଫରେନ୍ସରେ ଯୋଗ ଦେବା ଅବସରରେ ଏପରି କହିଛନ୍ତି । ସେଠାରେ ସେ ବ୍ରେଷ୍ଟ କ୍ୟାନସର ଉପରେ ଆଲୋଚନା କରୁଥିଲେ । ଏଥିରେ ପୀଡିତ ମହିଳାମାନଙ୍କୁ ଉଦ୍ଦେଶ୍ୟରେ ତାହିରା କହିଥିଲେ ତାଙ୍କୁ ତାଙ୍କ ସ୍ୱାମୀ ଆୟୁଷ୍ମାନ ଓ ପରିବାର ଯେଭଳି ସହଯୋଗ କରିଛନ୍ତି ଅନ୍ୟ ମହିଳାମାନଙ୍କୁ ମଧ୍ୟ ସେହିଭଳି ସହଯୋଗ ମିଳିବା କଥା ବୋଲି ସେ କହିଛନ୍ତି । ତାହିରା ଏବେ ବ୍ରେଷ୍ଟ କ୍ୟାନସରରେ ପୀଡିତ । ଆୟୁଷ୍ମାନ ୨ ବର୍ଷ କେମିତି ତାହିରାଙ୍କ ପାଇଁ କରୱାଚୌଥ ବ୍ରତ ରଖିଥିଲେ ତାହା ମଧ୍ୟ ସେ ଶେୟାର କରିଛନ୍ତି ।