ଡଅଁରରେ ମାଙ୍କଡ ଆତଙ୍କ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ଅଞ୍ଚଳରେ ଏବେ ମାଙ୍କଡ ଆତଙ୍କ ଦେଖା ଦେଇଛି । ଏବେ ଗାଁରେ ୩୦ରୁ ଉର୍ଦ୍ଧ ମାଙ୍କଡ ପଲ ଗାଁରେ ଥିବାବେଳେ ଦୁଇଦିନ ହେଲା ସେମାନଙ୍କ ଉତ୍ପାତ ବଢ଼ି ଯାଇଛି । ଗତକାଲି ଏଡି ମାଙ୍କ କାମୁଡାରେ ୪ଜଣ ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଆଜି ହୃଦାନନ୍ଦ ଜେନା ନାମକ ଜଣେ ବ୍ୟକ୍ତିଙ୍କ ହାତକୁ କାମୁଡି ଦେଇ ପିଳାଏ ମାସଂ ନେଇଯାଇଥିଲା । ସେହିପରି ଯଞ୍ଜାଳୀ ଜେନା ନାମକ ଜଣେ ବୃଦ୍ଧାଙ୍କୁ ଠେଲି ତଳେ ପକାଇ ଦେବାରୁ ତାଙ୍କର ଗୋଟିଏ ଗୋଡ ଓ ଗୋଟିଏ ହାତ ଭାଙ୍ଗି ଯାଇଛି । ଉଭୟଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଁ ଲୋକମାନେ ଦୁଇଦିନ ହେଲଶ ମାଙ୍କଡ ଭୟରେ ଘରୁ ବାହାରକୁ ବାହାରୁ ନାହାନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲ କଲେଜ ଯିବାକୁ ଭୟ କରୁଛନ୍ତି । ଏହି ମାଙ୍କଡଙ୍କ ଆକ୍ରମଣରେ ଜୀବନ ସାହୁ, ଜାଡି ଜେନା, ବିମ୍ବାଧର ସେଠୀ, ଶଙ୍କର୍ଷଣ ଓଝା, ରଞ୍‌ଜନ ପୁହାଣଙ୍କ ସମେତ ଆହୁରି ଅନେକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସେମାନେ ଏନେଇ ଜଂଗଲ ବିଭାଗକୁ ଜଣାଇଥିଲେ ମଧ୍ୟ ଜଂଗଲ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ହଦଗଡ ରେଞ୍ଜର ସୁମିତ ମହାନ୍ତିଙ୍କୁ ପଚାରିବାରେ ସେ ଉଚ୍ଚ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ