ନବୋଦୟ ବିଦ୍ୟାଳୟରେ ପୁରାତନ ଛାତ୍ର ସମ୍ମିଳନୀ, ଆଲୁମିନି ମିଟ ଅନୁଷ୍ଠିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହଦଗଡ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମଳନୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ପି ମଣିକଣ୍ଡନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସମସ୍ତ ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ତଥା ବର୍ତ୍ତମାନର କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ପୁରାତନ ଛାତ୍ରଙ୍କ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ଏବେକାର ଖୋର୍ଦ୍ଦାର ଉପଜିଲ୍ଲାପାଳ ଥିବା ଶ୍ରୀଯୁକ୍ତ ଦିପ୍ତୀରଞ୍ଜନ ସେଠୀ ଛାତ୍ରଛାତ୍ରୀ ମାନଙ୍କୁ ଭଲ ଛାତ୍ରଛାତ୍ରୀ ହେବା ସଙ୍ଗେ ସଙ୍ଗେ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ଛାତ୍ର ସଭାପତି ପ୍ରଶାନ୍ତ ଦଳେଇ, ବର୍ତ୍ତମାନର ସଭାପତି ରବି ନାରାୟଣ ସାହୁ, ବାସୁଦେବ ମୁର୍ମୁ, ସୁଜାତା ସାହୁ, ପ୍ରଜ୍ଞାନୁ ରଞ୍ଜନ ସାହୁ, ଅନନ୍ତ ଦାସ, ରାଜୀବ ଦାସଙ୍କ ସମେତ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପୁରାତନ ଶିକ୍ଷକଙ୍କ ମଧ୍ୟରେ ଅନାଦି ଚରଣ ମହାରଣା, ସୁଧିର ରଞ୍ଜନ ସାହୁ, ମହମଦ ଇସଲାମ ଅଲ୍ଲୀ, ସୁବାସ ଚନ୍ଦ୍ର ପଣ୍ଡା, ମହେନ୍ଦ୍ର କୁମାର ପଳତା ପ୍ରମୁଖ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କର ନବୋଦୟ ବିଦ୍ୟାଳୟ ପ୍ରତି ଥିବା କର୍ତ୍ତବ୍ୟ ଓ ଭାବନାକୁ ପ୍ରସଂଶା କରିଥିଲେ । ଏହି ଅବସରରେ ସିବିଏସଇ ପରୀକ୍ଷାରେ ୯୮.୨ ଭାଗ ମାର୍କ ରଖି ବିଦ୍ୟାଳୟର ପ୍ରଥମସ୍ଥାନ ହାସଲ କରିଥିବା ଛାତ୍ରୀ ଶ୍ରାବଣୀ ସ୍ମୃତିରେଖା ମହନ୍ତଙ୍କୁ ‘ମହେନ୍ଦ୍ର ପଳତା’ ପୁରସ୍କାର ସହିତ ମାନପତ୍ର ଓ ନଗଦ ୫ହଜାର ଟଙ୍କାର ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଧ୍ୟାପକ ବିଦ୍ୟାଧର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପାଧ୍ୟକ୍ଷ ଅଧିର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ