ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା କନ୍ଧମାଳରେ ଉତ୍ସାହ-୨୦୨୨

କନ୍ଧମାଳ, (ସୁନୀଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଗତ କାଲି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦୁରା ଉତ୍ସାହ – ୨୦୨୨ କାର୍ଯ୍ୟକ୍ରମ ଫୁଲବାଣୀ କ୍ରୀଡା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା କରାଯାଇଥିଲା , କନ୍ଧମାଳ ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରଣ , ସି ଡବ୍ଲୁ ସି ନୂତନ ଅଧ୍ୟକ୍ଷ ରଜତ ଦିଗାଲ, ସି ଡବ୍ଲୁ ସି ମେମ୍ବର ମମତା ଦାସ, ସଦାଶିବ ପାତ୍ର, ରାମଚନ୍ଦ୍ର ପରିଡା ଓ ପ୍ରସନ୍ନ ବିଶୋଇଙ୍କ ଉପସତିଥୀ ରେ ଜିଲ୍ଲା ରେ ଥିବା ୧୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯୋଗ ଦେଇଥିଲେ। ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରଣ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ନୂତନ ସି ଡବ୍ଲୁ ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ରଜତ ଦିଗାଲ, ସି ଡବ୍ଲୁ ସି ମେମ୍ବର ଶ୍ରୀମତୀ ମମତା ଦାସ, ଶ୍ରୀଯୁକ୍ତ ସଦାଶିବ ପାତ୍ର, ଶ୍ରୀଯୁକ୍ତ ରାମଚନ୍ଦ୍ର ପରିଡା ଓ ଶ୍ରୀଯୁକ୍ତ ପ୍ରସନ୍ନ ବିଶୋଇକୁଂ। ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କୁନି କୁନି ପୁଅ ଝିଅ ମାନେ ବିଭିନ୍ନ କାର୍ଯ୍ୟ କ୍ରମରେ ଭାଗ ନେଇଥିଲେ।ଅବଗତ କରାଇଥିଲେ ଓ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କୁନି କୁନି ପୁଅ ଓ ଝିଅ ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ । କରନା ମହାମାରୀ ଯୋଗୁ ଏହି ମହକ ଗତ ଦୁଇ ବର୍ଷ ରେ ହେଇପାରିନଥିଲା ।କିନ୍ତୁ ଏହି ବର୍ଷ ହେଇଥିବାରୁ ପିଲାମାନେ ବହୁତ ଖୁସି ହେଇଥିଲେ ।ପିଲାମାନଙ୍କ ମଧ୍ୟରେ ପୁଟବଲ , ଦୌଡ଼ , ହାଇଜମ୍ପ , ଲଂଜ ଜମ୍ପ , ଚେସ , କେରାମ ପ୍ରତିଯୋଗିତା ହେଇଥିଲା । ୧୩ ଗୋଟି ଅନୁଷ୍ଠାନର ପିଲାମାନେ ଏହି ପତିଯୋଗୀତା ଭାଗ ନେଇ ଥିଲେ ଓ ପୁରସ୍କାର ଗ୍ରହଣ କରିଥିଲେ ଉପସ୍ଥିତ ଆତିଥିକଂ ଦୁରା । ପତିଯୋଗୀତାରେ ଭାଗ ନେଇ ପ୍ରଥମ ସ୍ଥାନ ପାଇଥିବା ଛତ୍ର ଓ ଛାତ୍ରୀ ମାନେ ଆଗାମୀ ଦିନରେ ରାଜ୍ୟରେ ଯିବେ ତାହା ପ୍ରକାଶ କରାଯାଇ ଥିଲା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କଂ ଦୁରା।ଶେଷରେ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଶ୍ରୀ ସରଜ କୁମାର କହଁର, ଚିନ୍ମୟ ବେହେରା, ବବରୁ ବାହନ ମାଝୀ ଓ ଅନ୍ୟମାନେ ସହଯୋଗ କରି ଉସ୍ଥା ୨୦୨୨ ସାଫୋଲିୟା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ