ସିଡିପିଓ କାଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି , ସହାୟିକାଙ୍କ ଧାରଣ ଓ ବିକ୍ଷୋଭ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ୮ଦଫା ବିଭିନ୍ନ ଦାବିକୁ ଆଧାର କରି ଆଜି ସିଡିପିଓ କାଯ୍ୟାଳୟ ପରିସରରେ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ଓ ସହାୟିକା ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି।ଏହି ସମାବେଶରେ 300 ରୁ ଉର୍ଦ୍ଧ ଅଙ୍ଗବାଡ଼ି କର୍ମୀ ଓ ସହାୟିକା ମାନେ ସାମିଲ ହୋଇଛନ୍ତି। ଆଠ ଦଫା ଦାବିକୁ ଆଧାର କରି ଦୀର୍ଘ ୨୯ ଦିନ ହେଲା ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ପ୍ରତିଶ୍ରୁତି ବା ନିଷ୍ପତି ନିଆଯାଇ ନାହିଁ । ଏହା ଦ୍ବାରା ଗର୍ଭବତୀ ମା, ତଥା ଶିଶୁମାନଙ୍କ ବିଶେଷ ଅସୁବିଧା ହେଉ ଥିବା ବେଳେ ପ୍ରାକ୍ ଶିକ୍ଷାରୁ କୋମଳ ମତି ଶିଶୁମାନେ ବଞ୍ଚିତ ହଉଛନ୍ତି । ଏଣୁ ସରକାର ଯଥା ଶୀଘ୍ର ଏହାର ସମାଧାନର ରାସ୍ତା ବାହାର କରିବାକୁ ଅଙ୍ଗନବାଡି କର୍ମୀମାନେ ଦାବି କରିଛନ୍ତି ।