ଶ୍ରମ ମନ୍ତ୍ରୀଙ୍କ ଦ୍ଵାରା ଆଠଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଳକର ଆଠ ଗୋଟି ପ୍ରକଳ୍ପର ନିର୍ମାଣ ପାଇଁ ଡିସେମ୍ବର ୧୯ ତାରିଖ ଦିନ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ବୁଗୁଡା ବ୍ଳକର ଗୋଲିଆ ପଞ୍ଚାୟତର କୁଶପଲ୍ଲୀ, ବିରଞ୍ଚିପୁର ପଞ୍ଚାୟତର କତକଲା, ବି.କରଡ଼ାବାଡ଼ି ପଞ୍ଚାୟତର ଟଭାପଲ୍ଲୀ, ଶଙ୍କୁରୁ ପଞ୍ଚାୟତର ଶଙ୍କୁରୁ, ଜି.ବୋରଦା ପଞ୍ଚାୟତର ଗୁଡିପଲ୍ଲୀ, କଳମ୍ବ ପଞ୍ଚାୟତର ସୁନାକେରା ଓ ପାଙ୍ଗିଡି ପଞ୍ଚାୟତର ଟିକରପଡା ଗ୍ରାମରେ ଶତ ପ୍ରତିଶତ ପରିବାରକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପର ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ପାଙ୍ଗିଡି ପଞ୍ଚାୟତର କଞ୍ଚୁରୁ ଗ୍ରାମ ନିକଟ ନାଳ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱରା ବିଜୁ ସେତୁ ନିର୍ମାଣ ପାଇଁ ଶ୍ରମ ମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ତୁଷାର କୁମାର ସାହୁ, କନିଷ୍ଠ ଯନ୍ତ୍ରୀ, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟା ଚାନ୍ଦିନୀ ନାୟକ ପ୍ରମୁଖଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତି ମେମ୍ବର ଓ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ