କ୍ଷୁଦ୍ର ଦାନା ଶସ୍ୟ ସଂଗ୍ରହ ସଚେତନତା ରଥ ଉଦଘାଟିତ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ମିଲେଟ ମିଶନ ପକ୍ଷରୁ ରାଇକିଆ ବ୍ଳକ ରେ କର୍ଯ୍ୟ କରୁଥିବା କ୍ଷୁଦ୍ର ଦାନା ଶସ୍ୟ ପ୍ରକଳ୍ପ ଦ୍ବାରା ମାଣ୍ଡିଆ ସଂଗ୍ରହ ନିମନ୍ତେ ସଚେତନତା ରଥ ସୋମବାର ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହି ରଥ ୮ ଦିନ ପର୍ଯ୍ୟନ୍ତ ରାଇକିଆ ବ୍ଳକ ର ସମସ୍ତ ଗ୍ରାମ ପଞ୍ଚାୟତ ର ବୁଲି ଚାଷୀ ମାନଙ୍କ ମଧ୍ୟରେ ଏମଏସପି ଓ ମଣ୍ଡି ମାଧ୍ୟମ ରେ ମାଣ୍ଡିଆ ସଂଗ୍ରହ ର ପ୍ରଚାର ପ୍ରସାର କରିବ । କାର୍ଯ୍ୟକ୍ରମ ରେ ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ବେହେରା, ଜି ଉଦୟଗିରି ଅତିରିକ୍ତ କୃଷି ଅଧିକାରୀ ବସନ୍ତ ପାଣଗ୍ରାହୀ, ରାଇକିଆ ବ୍ଳକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ରାଇକିଆ ଅତିରିକ୍ତ କୃଷି ଅଧିକାରୀ ସୁଦିପ୍ତା ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ମାଣ୍ଡିଆ ଚାଷୀ ମାନେ ମଣ୍ଡି ମାଧ୍ୟମ ରେ ବିକ୍ରୀ କରି ପ୍ରକୃତ ଦର ପାଇ ପାରିବେ ଏବଂ ଲାଭବାନ ହୋଇ ପାରିବେ ସେ ନେଇ ଆଲୋଚନା ହୋଇଥିଲା । ସ୍ଵାତୀ ର ପ୍ରକଳ୍ପ ସଂଯୋଜକ ଗିରିଶ ସାମଲ, ବିପିନ ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ