ସାମାଜିକ କର୍ମୀଙ୍କ ଦେହାନ୍ତ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ପୀରହାଟ ଥାନା ଅଧୀନସ୍ଥ ଶ୍ୟାମ ସୁନ୍ଦରପୁର ଗ୍ରାମର ନିତ୍ୟାନନ୍ଦ ଭାରତୀ (୫୦) ମଙ୍ଗଳବାର ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ସ୍ଥାନୀୟ ଅଂଚଳରେ ସେ ପାଣିପେଟୁ ଭାବରେ ପରିଚିତ ଥଲେ । ସେ ଅତ୍ୟନ୍ତ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ସାମାଜିକ କାର୍ଯ୍ୟ ସହ ସେ ଜଡିତ ଥିଲେ । ଜାତି ଭେଦଭାବ ଭୁଲି ସେ ସ୍ଥାନୀୟ ରଇପୁର, ପାଳସାହି ଆଦି ପଞ୍ଚାୟତର ମୃତ ବ୍ୟକ୍ତିଙ୍କ ଶବଦାହରେ ନିଜକୁ ସାମିଲ କରୁଥିଲେ । କରୋନା ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ ସେ ମେଡିକାଲ ନେଇ ଚର୍ଚ୍ଚାରେ ଥିଲେ । ବେତାଳିଗାଁ ବଜାର ସଫେଇ ସଫେଇ କାର୍ଯ୍ୟ ଠାରୁ ସ୍କୂଲ, କଲେଜ ଫଙ୍କସନରେ ବିଭିନ୍ନ କାର୍ଯ୍ୟ ସେ ତୁଲାଉଥିଲେ । ସେବାକାର୍ଯ୍ୟ ପାଇଁ ପିଲା ଠାରୁ ଯୁବକ ଓ ବୃଦ୍ଧ ପର୍ଯ୍ୟନ୍ତ ସେ ସମସ୍ତଙ୍କର ସେ ପ୍ରିୟ ଭାଜନ ହୋଇପାରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନିୟ ଅଞ୍ଚଳର ବହୁ ମାନଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରୋବାରକୁ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ