ପଣ୍ଡିତ ଭାଗବତ ଦାସ ଙ୍କ ଶେଷ କୃତ୍ୟ ସମ୍ପନ୍ନ
ସୋରଡା, (ରଜନୀକାନ୍ତ ମହାପାତ୍ର):ଓଡିଶା ସାହିତ୍ଯ ଜଗତ ର ଜଣାଶୁଣା ବ୍ୟକ୍ତିତ୍ବ ଗଞ୍ଜାମ ଜିଲ୍ଲା ର ସୋରଡା ବାସିନ୍ଦା ପଣ୍ଡିତ ଭାଗବତ ପ୍ରସାଦ ଦାସ ୮୪ ବର୍ଷ ବୟସ ରେ ନିଜ ଜୀବନ ର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସେ ଜଣେ ସାହିତ୍ୟିକ,ସଂସ୍କୃତ ଭାଷା ଗବେଷକ, ଲେଖକ ଥିଲେ। ବ୍ରହ୍ମପୁର ରାମଦିନ ସଂସ୍କୃତ ମହାବିଦ୍ୟାଳୟ ରୁ ଶାସ୍ତ୍ରୀ, ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟ ରୁ ଆଚାର୍ୟ ,ଓ ବନାରସ ରେ ସାହିତ୍ଯ ବିଶାରଦ ପାଇଥିବା ଭଗବତ ପ୍ରସାଦ ଦାସ ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ଓ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରେ ଶିକ୍ଷକତା କରିବା ସହ ୧୯୯୬ ମସିହା ରେ ଅବସର ଗ୍ରହଣ କରିଥିଲେ। ଅବସର ପରେ ନିଜ ଲେଖନୀ ମୁନ ରେ ନିଜ ଭାବନା ଓ ଅଭିଙ୍ଗ୍ୟତା କୁ ପ୍ରକାଶ କରିବା ଆରମ୍ଭ କରିଥିଲେ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହିଷ ବିଳାସ ମହାକାବ୍ୟ କୁ ସଂସ୍କୃତ ରେ ଅନୁବାଦ କରିବା ରେ ସେ ପ୍ରଥମ ଓଡିଆ ଥିଲେ। ଶ୍ରୀ ମହାଲକ୍ଷ୍ମୀ ଗୀତିକା, ଶଶିଭୂଷଣ ଚରିତମ, ଭଜନ ପଞ୍ଚଶିକା, ସ୍ତମ୍ବ, କଦମ୍ବ, ସଂସ୍କୃତ ବୋଧିନୀ ପରି ଅନେକ ଲେଖନୀ ପ୍ରମାଣ ସ୍ୱରୂପ ସାହିତ୍ଯ ଜଗତ ପାଇଁ ଏକ ଅମୂଲ୍ୟ ଅବଦାନ। ଓଡିଶା ସଂସ୍କୃତ ଏକାଡେମି, ପଣ୍ଡିତ ନୀଳକଣ୍ଠ ଶ୍ମୃତି ସମ୍ମାନ ଭୁବନେଶ୍ବର ଏକାମ୍ର ସମ୍ମାନ, ବ୍ରହ୍ମପୁର ମହାନଗର ସାହିତ୍ଯ ଓ କଳା ସମ୍ମାନ, ଶଶୀ ଭୂଷଣ ପ୍ରତିଭା ସମ୍ମାନ ସମେତ ଅନେକ ଉପାଧି ରେ ତାଙ୍କୁ ଅଳଙ୍କୃତ କରଯାଇଥିଲା। ସୋରଡା ଶଶୀ ଭୂଷଣ ସାହିତ୍ଯ ସାଂସଦ ସମେତ ଅନେକ ଗବେଷକ ଓ ସାହିତ୍ୟିକ ତାଙ୍କ ବିୟୋଗ ରେ ଶୋକ ପ୍ରକାଶ କରିଛନ୍ତି। ସାହିତ୍ୟିକ ସୁଶାନ୍ତ ଦାଶ, ଗବେଷକ ଡା.ଅନନ୍ତ ରାମ କର କୌଣ୍ଡିୟା, ସୋରଡା ଖିଡିଶିଙ୍ଗୀ ରାଜ ବଂଶ ଦାୟାଦ ତଥା ରାଜା ସାହେବ ଡା. ଦେବଦତ୍ତ ସିଂ ଦେଓ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ଭଗବତ ପ୍ରସାଦ ଙ୍କ ବିୟୋଗ ସାହିତ୍ଯ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।


