ଗଜପତି ଏସପି ଭାବେ ସ୍ୱାତୀ ଏସ. କୁମାର ଦାୟିତ୍ୱ ନେବେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ନୂତନ ଏସପି ଭାବେ ସ୍ୱାତୀ ଏସ. କୁମାର ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି. ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରୀ ହୋଇଛି. ୨୦୧୭ ବ୍ୟାଚର ଏହି ମହିଳା ଆଇପିଏସ ଅଧିକାରୀ ବର୍ତ୍ତମାନ ତାଳଚେର ଏସଡିପିଓ ଭାବେ କାର୍ଯ୍ୟରତ. ସ୍ୱାତୀ ହେଉଛନ୍ତି ଗଜପତି ଜିଲ୍ଲାର ଦ୍ଵିତୀୟ ମହିଳା ଏସପି. ପୂର୍ବରୁ ସାରା ଶର୍ମା ଗଜପତିର ମହିଳା ଏସପି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି. ସାରା ଶର୍ମାଙ୍କ ସମୟରେ ଗଜପତି ଜିଲ୍ଲାବାସୀ ଯେଉଁଭଳି ଉତ୍ତମ ପୋଲିସ ସେବା ପାଇଥିଲେ ସ୍ୱାତୀଙ୍କ ସମୟରେ ମଧ୍ୟ ସେହିଭଳି ସେବା ପାଇବେ ବୋଲି ସାଧାରଣ ଲୋକେ ଆଶାବ୍ୟକ୍ତ କରିଛନ୍ତି. ତେବେ ସେ କେବେ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବେ ତାହା ସ୍ପଷ୍ଟ ହୋଇନାହିଁ. ଏଥି ପୂର୍ବରୁ ବରିଷ୍ଠ ଓପିଏସ ଅଧିକାରୀ ଜୟରାମ ଶତପଥୀ ଗଜପତି ଏସପି ଥିଲେ. ସେ ନଭେମ୍ବର ୩୦ରେ ଅବସର ଗ୍ରହଣ କରିବା ପରେ ଏଏସପି ବାମଦେବ ସିଂ ଭାରପ୍ରାପ୍ତ ଦାୟିତ୍ୱ ତୁଲାଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ