ଅନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀରେ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ସମ୍ମାନିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ):ଜ୍ୟୋତିଷ ବିଦ୍ୟାରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀରେ ଓଡ଼ିଶାର ଜଣାଶୁଣା ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ସମ୍ମାନିତ ହୋଇ ଓଡ଼ିଶା ପାଇଁ ଗର୍ବ ଆଉ ଗୌରବ ଅର୍ଜନ କରିପାରିଛନ୍ତି । ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଜ୍ୟୋତିଷ ସଂଘ, ଆମେରିକା ପକ୍ଷରୁ ଥାଇଲାଣ୍ଡର ପଟାୟା ସହର ଠାରେ ଆୟୋଜିତ ଏହି ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟଙ୍କୁ ଇଣ୍ଡୋ-ଥାଇଲାଣ୍ଡ ଜ୍ୟୋତିଷ ପୁରସ୍କାର, ଆନ୍ତର୍ଜାତୀୟ ଜ୍ୟୋତିଷ ପୁରୋହିତ ସମ୍ମାନ, ଇଣ୍ଡୋ-ଥାଇଲାଣ୍ଡ ବାସ୍ତୁ-ବୃହଷ୍ପତି ସମ୍ମାନ, ଆନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ମେଡ଼ିକାଲ ଆଷ୍ଟ୍ରୋଲୋଜି ପ୍ରୋଫିସିଏନ୍‌ସି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉକ୍ତ ସମ୍ମିଳନୀରେ ଚିକତ୍ସାରେ ଜ୍ୟୋତିଷ ଶାସ୍ତ୍ରର ଭୂମିକା ସମ୍ପର୍କରେ ଶ୍ରୀ ଆଚାର୍ଯ୍ୟ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । ଯାହାକୁ ଅନେକ ଦେଶର ପ୍ରତିନିଧିତ୍ୱ କରୁଥିବା ଜ୍ୟୋର୍ତିବିଦ୍‌ମାନେ ପ୍ରଶଂସା କରିଥିଲେ । ଏହି ସମ୍ମିଳନୀରେ ଥାଇଲାଣ୍ଡ, ମାଲେସିଆ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ନେପାଳ, ବାଲାଂଦେଶରୁ ଶତାଧିକ ଜ୍ୟୋର୍ତିବିଦ୍‌ମାନେ ଅଂଶଗ୍ରହଣ କରିଥିବା ବେଳେ ଭାରତରୁ ୫୪ଜଣ ଏହି ସମ୍ମିଳନୀରେ ପ୍ରତିନିଧିତ୍ୱ କରିଥିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ