ଅବକାରୀ ଥାନା ପକ୍ଷରୁ ମିଠିଗାଁ ଗ୍ରାମରେ ଚଢ଼ାଉ,୭୮ଲିଟର ମଦ ଜବଦ, ଦୁଇ ଗିରଫ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ଅବକାରୀ ବିଭାଗ ପକ୍ଷରୁ ଆଜି ହାଟଡିହି ବ୍ଲକର ସଢ଼ା ପଞ୍ଚାୟତର ମିଠିଗାଁ ଗ୍ରାମର ଶିଳପୋଖରୀ ସାହି ଓ ପନ୍ଦାଡୋ ପଞ୍ଚାୟତର ରଙ୍ଗମାଠିଆ ଗାଁରେ ଚଢ଼ାଉ କରାଯାଇ ୭୮ଲିଟର ଦେଶୀ ମଦ ଜବଦ କରାଯାଇଥିବାବେଳେ ୪୫୦୦କେଜି ପୋଚ ନଷ୍ଟ କରାଯାଇଛି । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ସୁଚନା ମିଳିଛି । ସୁଚନାରୁ ଜଣାଯାଇଛି ଯେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ହାଟଡିହି ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ ଓ ଥାନାର କର୍ମଚାରୀ ମିଥୁନ ଜେନା, ନିବେଦିତା ମାଝୀ, ସୁଶାନ୍ତ ରାଉତ, ଆରତୀ ବେହେରା ପ୍ରମୁଖ ସଢ଼ା ପଞ୍ଚାୟତ ମିଠିଗାଁ ଗ୍ରାମର ଶୀଳପୋଖରୀ ସାହିରେ ଚଢ଼ାଉ କରି ୪୫୦୦ଲିଟର ପୋଚ ନଷ୍ଟ କରିବା ସହିତ ୭୮ଲିଟର ଦେଶୀମଦ ଜବଦ କରିଥିଲେ । ଏହି ଘଟଣାରେ ଶୀଳପୋଖରୀର ବୁଦ୍ଧଦେବ ମାଝୀ ଓ ରଙ୍ଗମାଠିଆର କୁନି ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛନ୍ତି ।