କନ୍ଧମାଳ ଜିଲ୍ଲାରେ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ଚାଲିଛି
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସାରା ରାଜ୍ୟର ବିଭିନ୍ନ ବ୍ଲକ, ଜିଲ୍ଲା ଏବଂ ରାଜଧାନୀ ଭୁବନେଶ୍ଵର ଠାରେ ୮ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ ମାନଙ୍କ ପକ୍ଷରୁ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନ ଚାଲିଥିବା ବେଳେ ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦ୍ବାରା ଚାଲିଥିବା ଆନ୍ଦୋଳନ ମଧ୍ୟ ଆଜିକୁ ୩୧ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ଗୋଲକ ବିହାରୀ କହଁର, କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀ, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ (ଟିକୁ) ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଆନ୍ଦୋଳନରେ ସାମିଲ ହୋଇ ତାଙ୍କ ସମର୍ଥନରେ ବକ୍ତବ୍ୟ ଦେବା ସହ ବ୍ଲକ,ଉପଖଣ୍ଡ ଓ ଜିଲ୍ଲା ପ୍ରଶାସନ କୌଣସି ପ୍ରକାରରେ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦାବୀ ପୂରଣ କରୁ ନଥିବାରୁ ତୀବ୍ର ନିନ୍ଦା କରିଥିଲେ । ଏହି ପରିପ୍ରେକ୍ଷୀରେ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ରାଜକିଶୋର ପ୍ରଧାନ, ଗୋଲକ ମଲିକ, ଗୋଲକ ପ୍ରଧାନ, ଶୁଶିଲ କହଁର, ବିରେନ୍ଦ୍ର କହଁର, ଅରବିନ୍ଦ ପଟ୍ଟନାୟକ, ଦେବାଶିଷ ସାହାଣୀ ପ୍ରମୁଖ ସାମିଲ୍ ହୋଇଥିଲେ।


