ରାଇକିଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟବାନ୍ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ ଯୋଗ ଦେଇ ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା କିପରି ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି ଏବଂ ଏହାକୁ ସଠିକ୍ କାର୍ଯ୍ୟକାରୀ କରି ଛାତ୍ରୀ ଛାତ୍ର କିପରି ଉତ୍ତମ ଭବିଷ୍ୟତ ଗଠନ କରିପାରିବେ ସେ ନେଇ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର, ସରପଞ୍ଚ ଗୀତାଞ୍ଜଳୀ ନାୟକ ଯୋଗ ଦେଇଥିଲେ। ମୂଖ୍ୟ ବକ୍ତା ଭାବେ ଫୁଲବାଣୀ ସଙ୍କୁଳ ପ୍ରମୁଖ ପବିତ୍ର ସାହୁ ଯୋଗ ଦେଇ ଶିକ୍ଷା ବିକାଶ ସମିତି କିପରି ସାରା ଦେଶ ରେ ଶିକ୍ଷା ବ୍ୟବସ୍ଥାର ପ୍ରମୁଖ କର୍ଣ୍ଣଧାର ସାଜିଛି ସେ ନେଇ କହିଥିଲେ । ପ୍ରଧାନ ଆଚାର୍ୟ୍ୟ କାମଦେବ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ଦ୍ଵିତୀୟ ପର୍ୟ୍ୟାୟ ରେ ଶିଶୁ ମାନଙ୍କ ଦ୍ବାରା ବାର୍ଷିକ ବିବରଣୀ ପାଠ କରାଯାଇଥିଲା।


