କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ଠାରେ କୋଣାର୍କ ଇନ୍ ନାମରେ ଏକ ଗେଷ୍ଟ ହାଉସ କୁ ଉଦଘାଟନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର କୁ ବୁଲିଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ଠାରେ କୋଣାର୍କ ଇନ୍ ନାମରେ ଏକ ଗେଷ୍ଟ ହାଉସ କୁ କ୍ରୀଡ଼ା ଓ ଯୁବବ୍ୟାପାର ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଉଦଘାଟନ ଉତ୍ସବରେ ମନ୍ତ୍ରୀ ଙ୍କ ସହିତ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ପୁରୀ ପେଷାଦାର ସାମ୍ୱାଦିକ ସଂଘ ସଭାପତି ତିବିକ୍ରମ ରାମ କୃଷ୍ଣ ମହାପାତ୍ର, କୋଣାର୍କ ଏନ୍ଏସି ର ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ କୁମାର ରାଉତରାୟ, ଯାଦବ ମହାସଂଘ ସଭାପତି ଗୋପାଳ ଚନ୍ଦ୍ର ବେହେରା, ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ସତ୍ରୁଜିତ୍ ନାୟକ, ବିନାୟକ ବ୍ୟବସାୟୀ ସଂଗଠନ ର ସଭାପତି ପଦ୍ମ ଚରଣ ବେହୁରା, ଇଶ୍ୱରୀୟ ବିଦ୍ୟାଳୟର ବି.କେ. କୁନ୍ତଳା, ବି.କେ.ଦମୟନ୍ତୀ , କୋଣାର୍କ ପ୍ରେସ କ୍ଲବ ସଭାପତି ଧନଞ୍ଜୟ ବେହେରା, ସାମ୍ୱାଦିକ ସଂଘ ସଭାପତି ଜ୍ୟୋତିରାଜ ମହାନ୍ତି, ବ୍ଲାକ ପାଗୋଡ଼ା ଇନ୍ ର ସଭାପତି ପ୍ରକାଶ କାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କୋଣାର୍କ ଏକ ବିଶ୍ଵ ଐତିହ୍ୟ ସ୍ଥଳୀ ହୋଇଥିବାରୁ ଏଠାକୁ ପ୍ରତିଦିନ ଦେଶ ,ବିଦେଶ ଓ ରାଜ୍ୟ ର ବିଭିନ୍ନ ସ୍ଥାନ ରୁ ବହୁ ଯାତ୍ରୀ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ପାଇଁ କୋଣାର୍କ ଠାରେ ରାତ୍ରୀଯାପନ କରିବାକୁ କୋଣାର୍କ ଇନ୍ ଗେଷ୍ଟ ହାଉସ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବ ବୋଲି ଏହାର ମାଲିକ ତଥା କୋଣାର୍କ ପ୍ରେସ୍ କ୍ଲବ୍ ର ପୂର୍ବତନ ସଭାପତି ସଞ୍ଜୟ ପତି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ