ରେଡକ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାର ଙ୍କୁ  ଆର୍ଥିକ ସହାୟତା ପ୍ରଦାନ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କଇଠଖଣ୍ଡି  ଗ୍ରାମରେ ଗତ ପ୍ରାୟ ଏକ ମାସ ପୂର୍ବେ ମଲ୍ଲୀ ସେଠୀ ନାମ୍ନୀ ଜଣେ ବୃଦ୍ଧା ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ।  ବୁଧବାର  ମୃତକଙ୍କ ପରିବାର ଙ୍କୁ ରେଡକ୍ରସ୍ ତରଫରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ଜଣାପଡିଛି । ଖବରନୁଯାୟୀ ,  ଗ୍ରାମର ଧୋବା ସାହିର ମଲ୍ଲୀ ସେଠୀ ଘରେ ସନ୍ଧ୍ୟା ସମୟରେ  ରୋଷେଇ କରୁଥିଲେ ।  ବୃଦ୍ଧାଙ୍କ ଅସାବଧାନତା କାରଣରୁ ସେ ଚୁଲି ନିଆଁରେ ପୋଡ଼ି ଯାଇଥିଲେ । ପରବର୍ତ୍ତୀ ସମୟରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି  ଚିକିତ୍ସା ପାଇଁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାପରେ ସ୍ଥାନୀୟ ତହସିଲଦାର ସମେତ ରାଜସ୍ବ ନୀରିକ୍ଷୀକା ମୃତକଙ୍କ ପରିବାର ଲୋକଙ୍କୁ ଭେଟି  ତଥ୍ୟ ସଂଗ୍ରହ କରି ଫେରିଥିଲେ ।  ତହସିଲଦାର ସିପକ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା , ସରପଞ୍ଚ ମନୋରଞ୍ଜନ ଗୈାଡ , ରାଜସ୍ବ ନୀରିକ୍ଷୀକା ସରସ୍ଵତୀ କହଁର ମୃତକଙ୍କ ବାସଭବନରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ  ରେଡକ୍ରସ ପାଣ୍ଠି ରୁ  ୧୦ ହଜାର ଟଙ୍କା ର ଆର୍ଥିକ ସହାୟତା ଚେକ୍ ତାଙ୍କ ପୁଅ ଲିଙ୍ଗା ସେଠୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ