ଓଡିଶା ଦୀର୍ଘସ୍ଥାୟୀ ବିକାଶ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଉଦଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କର୍ମଶାଳା ଦ୍ବିତୀୟ ତଥା ଶେଷ ଦିନରେ ରାଜ୍ୟସ୍ତରୀୟ ଅଧିକାରୀ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ରାୟଗଡ଼ ବ୍ଲକର କରଡ଼ାସିଂ ଗ୍ରାମପଞ୍ଚାୟତ ଓ ଗୋଷାଣୀ ବ୍ଲକ୍ ର ରାମ୍ଫା ଗ୍ରାମ ପଞ୍ଚାୟତରେ ପରିଦର୍ଶନ କରିଥିଲେ। ଏହି ଗ୍ରସ୍ତ ସମୟରେ ସମସ୍ତ ମହିଳା, ଯୁବ ବର୍ଗ ଓ କୃଷକମାନଙ୍କ ସହ ମୁଖ୍ୟତଃ ୩ ଗୋଟି ଲକ୍ଷ୍ୟ ଯଥା ପରିମଳ, ଶିକ୍ଷା ଓ ପୋଷଣ ଉପରେ ଆଲୋଚନା କରିଥିଲେ। ପରିବାରର ସେମାନଙ୍କ ନିଷ୍ପତ୍ତି ନେବାର ଅଧିକାର ବିଷୟରେ ପଚାରିବା ସହ ସଚେତନତା କରାଇଥିଲେ। ଏଥି ସହ ସ୍ଵଂୟ ସହାୟକ ଗୋଷ୍ଠୀ ସାହାଯ୍ୟରେ ମହିଳାମାନେ କିପରି ରୋଜଗାର କ୍ଷମ ହୋଇଛନ୍ତି ସେ ଉପରେ ମଧ୍ୟ ତଥ୍ୟ ସଂଗ୍ରହ କରୁଥିଲେ। ଯୁବ ବର୍ଗ ସହ ଆଲୋଚନା ସମୟରେ ଶିକ୍ଷା, ନିଯୁକ୍ତି, ଆୟ ଓ ସମାଜରେ ସେମାନଙ୍କ ପାଇଁ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶ୍ଳେଷଣ କରିଥିଲେ। ସେହିପରି ପୋଷଣ ଯୋଜନା ରେ ମହିଳାମାନେ କିପରି ସୁଭିଧା ପାଉଛନ୍ତି ଏବଂ ଗ୍ରାମରେ ପରିମଳ ବ୍ୟବସ୍ଥା କିପରି କାର୍ଯ୍ୟ ହେଉଛି ସେ ବିଷୟରେ ପଚାରି ବୁଝିଥିଲେ ।ଏହି ଗ୍ରସ୍ତ ସମୟରେ ପୋଷଣ, ପରିମଳ ବ୍ୟବସ୍ଥା ଏବଂ ପ୍ରାଥମିକ ଶିକ୍ଷା ବିଷୟରେ ଲୋକଙ୍କ ସହ ଆଲୋଚନା କରିବା ସହ ମୁଖ୍ୟତଃ ୩ ଟି ଲକ୍ଷ୍ୟ ଯଥା ପୋଷଣ, ପରିମଳ ବ୍ୟବସ୍ଥା ଏବଂ ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଥିଲା। ଆଲୋଚନା କାଳରେ ମହିଳା ମାନଙ୍କ ସ୍ବାସ୍ଥ୍ୟ, ପୋଷଣ ସହ ଶିକ୍ଷା ଉପରେ ଗୁରୁତ୍ବ ଏବଂ ପରିବାରରେ ସେମାନଙ୍କ ନିଷ୍ପତି ନେବାର ଅଧିକାର ବିଷୟରେ ପଚାରି ବୁଝିଥିଲେ। ଏଥିସହ ସ୍ଵୟଂ ସହାୟକ ଗୋଷ୍ଠୀ ସାହାଯ୍ୟରେ ମହିଳାମାନେ କିପରି ରୋଜଗାରକ୍ଷମ ହୋଇଛନ୍ତି ସେ ଉପରେ ମଧ୍ୟ ପଚାରି ବୁଝିଥିଲେ । ଯୁବବର୍ଗଙ୍କ ସହ ଆଲୋଚନା ସମୟରେ ସେମାନଙ୍କ ନିଯୁକ୍ତି, ଆୟ ଏବଂ ସମାଜରେ ସେମାନଙ୍କ ପାଇଁ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ଭାବେ କୃଷକ ମାନଙ୍କ ସହିତ ଆଲୋଚନ ସମୟରେ ସେମାନଙ୍କ ଜୀବିକା, ବର୍ଷକୁ କଣ କଣ ଚାଷ କରୁଛନ୍ତି, ଚାଷ ପାଇଁ ବିହନ ତଥା ସାର କେଉଁଠି ଆଣୁଛନ୍ତି, ଚାଷ କାର୍ଯ୍ୟରୁ ଆୟ କେତେ କରୁଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ।।
ଏହି କାର୍ଯ୍ୟକ୍ରମରେ ପି.ଏ, ଆଇଟିଡିଏ ଶ୍ରୀ ଫାଲଗୁନି ମାଝୀ, ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମେତ ବ୍ଲକରୁ ଆସିଥିବା ସ୍ଥାନୀୟ ସରପଞ୍ଚ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ପ୍ରଶିକ୍ଷାର୍ଥୀ ଭାବରେ ଜିଲ୍ଲାର ସମସ୍ତ ବିଭାଗର ୬୦ ରୁ ଉର୍ଦ୍ଧ ସରକାରୀ ଅଧିକାରୀ ଓ କର୍ମଚାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ, ବେସରକରୀ ସଂସ୍ଥାର କର୍ମଚାରୀ ଏବଂ ୨ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଯୋଜନା ଓ ସଂଯୋଜନା ବିଭାଗର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।ଆଜି ଶେଷ ଦିନରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ଶ୍ରୀ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଓ କ୍ଷେତ୍ର ପରିଦର୍ଶନ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ , ଉପ ନିର୍ଦ୍ଦେଶକ ଯୋଜନା ଓ ସଂଯୋଜନା, ପରିସଂଖ୍ୟାନ ବିଭାଗ ଅଧିକାରୀ କୁଳମଣି ରାଉତ, କାର୍ଯ୍ୟକ୍ରମର ଲକ୍ଷ୍ୟ , ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ବିଷୟରେ ବିଷାଦ ଭାବରେ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାକୁଡ଼, ଯୁଗ୍ମ ଶାସନ ସଚିବ ଯୋଜନା ଓ ସଂଯୋଜନା ବିଭାଗ ଓଡ଼ିଶା, ଆଭା ମିଶ୍ର ୟୁ.ଏନ୍.ଡି.ପି ଓଡ଼ିଶା ମୁଖ୍ୟ ଓ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଅର୍ଥନୈତିକ ପରାମର୍ଶ ଏସଡିଜି ପିଏମୟୁ , ଯୋଜନା ଓ ସଂଯୋଜନା ବିଭାଗ ଓଡ଼ିଶା ପ୍ରମୁଖ ବିଶେଷଜ୍ଞ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ କ୍ଷେତ୍ର ପରିଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ