ପାରାଦୀପ ଡି.ଏ.ଭି ପବ୍ଲିକ ସ୍କୁଲର ସମ୍ବର୍ଦ୍ଧନା ଉତ୍ସବ
ପାରାଦୀପ, (ପୀତବାସ ପ୍ରଧାନ):ପବିତ୍ର ବଡଦିନ ଅବସରରେ ପାରାଦୀପ ଡି.ଏ.ଭି ପବ୍ଲିକ ସ୍କୁଲର ସମ୍ବର୍ଦ୍ଧନା ଉତ୍ସବ ନୂଆବଜାରସ୍ଥ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ. ହରନାଦ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ପିପିଏଲ ଡିଏଭି ସ୍କୁଲର ଅଧ୍ୟକ୍ଷ ସଞ୍ଜିବ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପାରାଦୀପ ମହାବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ଗଣେଶ୍ୱର ପାତ୍ର ଯୋଗ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷା ବିନ୍ଦୁଶ୍ରୀ ମହାନ୍ତିଙ୍କ ତତ୍ୱାବଧାନରେ ଏହି ଉତ୍ସବକୁ ପରିଚାଳିତ କରିଥିବା ବେଳେ ୨୦୧୮-୧୯ ରୁ ୨୦୨୧-୨୨ ପର୍ଯ୍ୟନ୍ତ ଶିକ୍ଷା ଓ କଳାରେ କୃତିତ୍ୱ ହୋଇଥିବା ମେଧାବୀ ଛାତ୍ରଛତ୍ରୀ ମାନଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧିତ କରାଯିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବହୁ ଉପାଦେୟ ଓ ନିତିଧର୍ମ, ପରିଶ୍ରମର ଉପଦେଶ ଦେଇଥିଲେ । ଏକାଡେମିକ୍ର ଆବାହକ ହୃଷିକେଶ ପ୍ରଧାନ, ଅପରାଜିତା ପି. ନାୟକ, ମନୋଜ କୁମାର ରଥ, ସୁମନ୍ତ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଶେଷରେ ଭି. ସାରଳା ଧନ୍ୟବାଦ ଅର୍ପଣ କରିଥିଲେ ।


