କେସିଙ୍ଗା ଟିଟିଲାଗଡ ଲୁଥୁରବନ୍ଧ ପିଡବ୍ଲୁଡି ରାସ୍ତାରେ ବିନା ଅନୁମତି ରେ କାମ କରି ଅଡୁଆରେ କେସିଙ୍ଗା ପିଏଚଡ଼ି କନିଷ୍ଠ ଯନ୍ତ୍ରୀ

କେସିଙ୍ଗା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାର ଯୋଜନା ର ସଠିକ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଲ ନୀତି ଓ ସମନ୍ୱୟ ଅଭାବରୁ ତାହା ବାଟବଣା ହେବା ସହ ପରବର୍ତ୍ତୀ ସମୟରେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।ଏହିପରି ଅଭିଯୋଗ ଆସିଛି କେସିଙ୍ଗା ଟିଟିଲାଗଡ ଲୁଥୁର ବନ୍ଧ ପିଡବ୍ଲୁଡି ରାସ୍ତାରେ ପିଏଚଡ଼ି କନିଷ୍ଠ ଯନ୍ତ୍ରୀ ଜାନକୀ ନାଏକ ପିଡବ୍ଲୁଡି ବିଭାଗ ରୁ ମୌଖିକ ଅନୁମତି ନେଇ ରାସ୍ତା କଡରେ ପାଇପ ଲାଇନ ବିଛାଇବା ଲୋକେ ବିରୋଧ କରିବାରୁ ପାଇପ ଲାଇନ ବିଛା କାମ ଅଧା ରେ ପଡିରହିଛି । ପ୍ରକାଶ ଥାଉକି ଉକ୍ତ ରାସ୍ତା ନିର୍ମାଣ ସମୟରେ ପିଚୁ ରାସ୍ତା କୁ ସୁରକ୍ଷିତ ରଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ମାଟି, ବାଲି ଓ ମୋରୋମ ରେ ରୁଲିଂ କରାଯାଇଛି। ଏବେ ଉକ୍ତ ରାସ୍ତାର ପିଚୁ କୁ ସଂଲଗ୍ନ କରି  ଖୋଳି ସେଠାରେ ବିନା ବାଲି ଫିଲିଙ୍ଗ କରି ପାଇପ ବିଛାଇ ତରବରିଆ ଭାବେ ପୋତି ଦିଆଯାଉଛି ଏହା ଦ୍ୱାରା ବର୍ଷା ଦିନେ ସେଠାରେ ପାଣି ଜମିବ ଓ ରାସ୍ତା ଖରାପ ହେବା ସହ ଅନେକ ଯାନବାହନ ସେଠାରେ ଫସି ଲୋକେ ହଇରାଣ ହେବେ କିନ୍ତୁ ସେହି ସମୟରେ ଉକ୍ତ ଅଧିକାରୀ ନ ଥିବେ ଠିକାଦାର ନିଜର ବିଲ ପାଇବ ଅଧିକାରୀ ପିସି ପାଇବେ ହେଲେ ଆମଲୋକ ହଇରାଣ ହେବେ ବୋଲି ଯୁବ ସଙ୍ଗଠକ ସୁରେଶ ରାଓ ଏହାକୁ ବିରୋଧ କରି ଅଭିଯୋଗ କରିଛନ୍ତି। ପିଡବ୍ଲୁଡି ବିଭାଗ ରାସ୍ତା ନିର୍ମାଣ ପାଇଁ ୧୦୦ ଫୁଟ ଜମି ଅଧିଗ୍ରହଣ କରିଛନ୍ତି ଏବଂ ବିଭାଗ ପାଖରେ ଆହୁରି ଅନେକ ଜମି ରହିଛି ଯଦି ଉଭୟ ବିଭାଗ ସମନ୍ୱୟ ରହେ ଓ ପାଇପ ଲାଇନ ପାଇଁ ସ୍ଥାନ ନିରୂପଣ କରାଯାଏ ତାହେଲେ କାମ ର ମଧ୍ୟ ସ୍ଥାୟୀତ୍ୱ ରହିବ ଏବଂ ଭବିଷ୍ୟତରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ ଆମେ କାର୍ଯ୍ୟ କୁ ସୁଚାରୁ ରୁପେ ସମ୍ପାଦନ ପାଇଁ ଆମେ ଅଭିଯୋଗ କରିଛୁ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଉ ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। ଅପରପକ୍ଷେ ଟିଟିଲାଗଡ଼ ପିଡବ୍ଲୁଡି ବିଭାଗ କନିଷ୍ଠ ଯନ୍ତ୍ରୀ ଆଶିଷ ପ୍ରଧାନ ଙ୍କୁ ପଚାରିବାରୁ ସେ ଆମକୁ ମେଲ କରିଛନ୍ତି ତ୍ରିମୁର୍ତି ଛକରୁ ନଦୀ ବୁଲାଣି ଚାରି ପାଞ୍ଚ ଶହ ରାସ୍ତା ଖୋଲିକି ପାଇପ ନେବୁ ବୋଲି ସେ ଲେଖିଛନ୍ତି କିନ୍ତୁ ସେ ଏହା ବି ଲେଖିଛନ୍ତି ସେଠାରେ ପ୍ରପର୍ଲି ବାଲି ଓ ମାଟି ପୋତାଜୀବ ବୋଲି ସେ ମେଲ ଉଲ୍ଲେଖ କରିଛନ୍ତି।କିନ୍ତୁ ମୁଁ ଅଭିଯୋଗ ପାଇଛି ସେ ଜେସିବି ମାଧ୍ୟମରେ କେବଳ ସେ ମାଟି ଫିଲିଂ କରୁଛନ୍ତି।ସେଥିପାଇଁ ମୁଁ ଫୋନ କରି ତାଙ୍କୁ ଅବଗତ କରିସାରିଛି ବୋଲି ସେ ପ୍ରକାଶ କରିଥିଲେ। ପ୍ରକାଶ ଥାଉକି ପିଏଚଡ଼ି କନିଷ୍ଠ ଯନ୍ତ୍ରୀ ଶୁଶ୍ରୀ ନାଏକ ଆସିଲା ଦିନ ଠାରୁ କାହାର ମଧ୍ୟ ଫୋନ ଉଠାଉ ନାହାନ୍ତି ସମସ୍ୟା ବିଷୟରେ ଅବଗତ ନାହାନ୍ତି। ଲୋକେ ଅଭିଯୋଗ କଲେ ଲୋକଙ୍କୁ ଧମକ ଦେଇଥିବା ଅଭିଯୋଗ ଆସିଛି। ତୁରନ୍ତ ଏହାର ସଠିକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବୀହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ