ବୁଗୁଡା ବନାଞ୍ଚଳ ପକ୍ଷରୁ ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଟ୍ରାକ୍ଟର ଜବତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡା ବନାଞ୍ଚଳ ପକ୍ଷରୁ ଡିସେମ୍ବର ୨୭ ତାରିଖ ସକାଳ ପ୍ରାୟ ସାଢ଼େ ଛଅ ଘଣ୍ଟା ସମୟରେ ଗୋଲିଆ ଗ୍ରାମ ନିକଟରୁ ୫୬ ଘନଫୁଟର ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଏକ ନମ୍ବର ବିଭିନ ଟ୍ରାକ୍ଟର ଜବତ ହୋଇଥିବା ଜଣାପଡିଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଓ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଡିଭିଜନ ମୋବାଇଲ ସ୍କ୍ୱାଡ଼, ବନରକ୍ଷୀ ସୁବ୍ରତ କୁମାର ତ୍ରିପାଠୀ, କ୍ଷୀରୋଦ କୁମାର ଗୌଡ଼, ଲକ୍ଷ୍ମୀପ୍ରିୟା ଦଳବେହେରା, ସୂର୍ଯ୍ୟମଣି ସେଠୀ ଓ ପାରାଫରେଷ୍ଟର କର୍ମଚାରୀ ବୃନ୍ଦ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ। ଗୋଳିଆ ନିକଟରେ ୧୧ ଖଣ୍ଡ ଆମ୍ବ ଗଣ୍ଡି ଏକ ନମ୍ବର ବିହୀନ ଟ୍ରାକ୍ଟରରେ ବୋଝାଇ ହେଉଥିବା ବେଳେ ଚଢ଼ାଉ ହୋଇଥିଲା। ହେଲେ ବନ ବିଭାଗ କର୍ମଚାରୀ ଆସିବା ଜାଣିପାରି କାଠ ମାଫିଆ ମାନେ କାଠ ଗଣ୍ଡି ଓ ଟ୍ରାକ୍ଟର ଛାଡି ଦୌଡ଼ି ପଳାଇ ଥିଲେ। ବୁଗୁଡା ବନ ବିଭାଗ ପକ୍ଷରୁ ୫୬ ଘନଫୁଟ ପରିମାଣର ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଟ୍ରାକ୍ଟରକୁ ଜବତ କାରାଯାଇ ଏକ ୟୁଡି କେଶ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ