ମା କଳାବତୀ ଶକ୍ତିପୀଠରେ ଗାୟତ୍ରୀ ମହାଯଜ୍ଞ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ଯୋଗୀ ପାହାଡର ଯୋଗୀ ଗୁମ୍ଫା ମଧ୍ୟରେ ମା କଳାବତୀ ଶକ୍ତିପୀଠ ଗର୍ଭଗୃହରେ ଏକ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ସେମିଳିଗୁଡାର କୋରାମଣି ମହାରଣା ଓ ବାଲିପଦରର ରାଜେନ୍ଦ୍ର ମହାରଣାଙ୍କ ତତ୍ତ୍ୱାବଧାନରେ ଶକ୍ତି ପୀଠ ଗର୍ଭଗୃହରେ ଏହି ଏକ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ପ୍ରକାଶ ଥାଉକି ମହାନ କାଷ୍ଠ ଶିଳ୍ପୀ ଯୋଗୀ ମହାରଣା ଏହି ଗୁମ୍ଫାରେ ମା’ଙ୍କ ସାଧନା କରୁଥିଲେ। ଶିଳ୍ପୀ ଯୋଗୀ ମହାରଣାଙ୍କ ନାମାନୁସାରେ ପାହାଡର ନାମ ଯୋଗୀ ପାହାଡ଼ ଓ ଗୁମ୍ଫାର ନାମ ଯୋଗୀ ଗୁମ୍ଫା ନାମରେ ନାମିତ ହୋଇଅଛି। ଅନୁଷ୍ଠିତ ଏହି ଏକ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞକୁ ପ୍ରମୋଦ ଚନ୍ଦ୍ର ପାଢ଼ୀ ଓ ବିପ୍ର ଚରଣ ବେହେରା ସଞ୍ଚାଳନ କରିଥିଲେ। ବାଲିପଦର ଗ୍ରାମବାସୀ ବୃନ୍ଦ ଯଜ୍ଞ ଓ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।


