ଶ୍ରମ ମନ୍ତ୍ରୀ, ୪ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ତିନିଜଣ ଓ ପୋଲସରା ଏନଏସି ର ଜଣେ ଏହିପରି ଚାରି ଜଣଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘରିଥିବା ବେଳେ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମର ନିରାକାର ସାହୁ (୧୮) ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ହାତୀପାଦପଲ୍ଲୀ ଗ୍ରାମର ନଟବର ପ୍ରଧାନ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ। ଡିସେମ୍ବର ୨୮ ତାରିଖ ଦିନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଭୟ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଲକ ବର୍ତ୍ତିନୀ ଗ୍ରାମର ଉତ୍ତମ ପ୍ରଧାନ (୩୫) କେରଳରେ ଏକ ଘରୋଇ କମ୍ପାନୀରେ କାମକରୁଥିବା ବେଳେ କୌଣସି କାରଣରୁ ମୃତ୍ୟୁ ଘଟିଥିଲା ଓ ପୋଲସରା ଏନଏସି ୱାର୍ଡ ୫ ବାଲିଘାଇ ସାହିର ପ୍ରତାପ ଭଟ୍ଟ (୩୫) ଗୁଜରାଟ ସୁରାଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତ୍ୟୁ ବରଣ କରିଥିବା ଉଭୟ ଶ୍ରମିକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପ୍ରକାଶ ଥାଉକି, ପୋଲସରା ନିର୍ବାଚନ ମଣ୍ଡଳୀର ଯେକୌଣସି ବ୍ୟକ୍ତିଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଓ ଅକାଳ ମୃତ୍ୟୁ ଘଟିଲେ ସେହି ମୃତକଙ୍କ ପରିବାରଙ୍କୁ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଭେଟି ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ