ଜାନୁୟାରୀ ୨୬ ରୁ ରାଜ୍ୟସ୍ତରୀୟ ଶାରଳା କପ୍ କ୍ରିକେଟ
ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ଜାନୁୟାରୀ ୨୬ ତାରିଖ ରୁ ଆରମ୍ଭ ହେବ ୩୦ ତମ ଶାରଳା କପ୍ କ୍ରିକେଟ୍ । ଅସ୍ତରଙ୍ଗ ବ୍ଲକ ପଛପଡିଆ ନରେନ୍ଦ୍ର ଷ୍ଟାଡିୟମ ରେ ଜାନୁୟାରୀ ୨୬ତାରିଖ ରୁ ଶାରଳା ସ୍ପୋଟିଂ କ୍ଳବ ଆନୁକୂଲ୍ୟରେ ୩୦ତମ ରାଜ୍ୟ ସ୍ତରୀୟ ଶାରଳା କପ୍ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ବୁଧବାର ଆୟୋଜକ କ୍ଳବ ତରଫରୁ ଏକ ସାମ୍ବାଦିକ ସମିଳନୀ ସ୍ଥାନୀୟ ନରେନ୍ଦ୍ର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା। ଜାନୁୟାରୀ ୨୬ରୁ ଉକ୍ତ କ୍ରିକେଟ ପ୍ରତିଯୋଗିତା ଉଦୁଘାଟିତ ହୋଇ ଫ୍ରେବୁୟାରୀ ୨ ତାରିଖ ରେ ଉଦଯାପନ ହେବ ବୋଲି କ୍ଲବର ସଭାପତି ଯୁଗଳ କିଶୋର ମହାନ୍ତି ସାମ୍ବାଦିକ ସମିଳନୀ ରେ ପ୍ରକାଶ କରିଛନ୍ତି।ଏହି ଟୁର୍ନାମେଣ୍ଟ ରେ ମୋଟ ୮ ଟି ଦଳ ଭାଗ ନେବାକୁ ଥିବା ବେଳେ ଚମ୍ପିୟାନ ଦଳକୁ ଶାରଳା କପ୍ ସହ ୩୦ହଜାର ଟଙ୍କା ଏବଂ ରନର୍ସ ଦଳକୁ କପ୍ ସହ ୨୦ହଜାର ଟଙ୍କା ପୁରସ୍କାର ଦିଆଯିବାକୁ ଆୟୋଜକ କ୍ଳବ ପକ୍ଷରୁ ଘୋଷଣା କରାଯାଇଛି।ଏହି ମ୍ୟାଚ କର୍କବଲ ରେ ଖେଳାଯିବ ଓ ପ୍ରତ୍ୟେକ ରନ ଅନୁଯାଇ ଆକର୍ଷଣୀୟ ଉପହାର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି କ୍ଳବର ଉପସଭାପତି ପ୍ରକାଶ ବେହେରା (ବାବୁଲି )। ସାମ୍ବାଦିକ ସମ୍ମିଳନୀ ରେ କ୍ଳବର ସଭାପତି ଯୁଗଳକିଶୋର ମହାନ୍ତି, ଉପସଭାପତି ପ୍ରକାଶ ବେହେରା (ବାବୁଲି ), ସମ୍ପାଦକ ଦୁର୍ଗା ଚରଣ ମହାରଣା, ସହ ସମ୍ପାଦକ ମିଥୁନ ବେହେରା, ମିଡ଼ିଆ ସେଲ ପବିତ୍ର ମହାନ୍ତି, ବିଭୂତି ଛାଟୋଇ, ପିଚ କ୍ୟୁରେଟର ସରୋଜ ଛାଟୋଇ, ଲକ୍ଷ୍ମୀଧର ଛାଟୋଇ, କୋଷାଧକ୍ଷ ମାନସ ବେହେରା, ଉପଦେଷ୍ଟା ଚଗଲା ମହାନ୍ତି, ରବୀନ୍ଦ୍ର ପରିଡା, ସଂଯୋଜକ ଦିବ୍ୟଦର୍ଶି ବିଶ୍ୱାଳ, ରାକେଶ ମହାନ୍ତି ସମେତ କ୍ଳବର ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ।ଯଦି କୌଣସି ଟିମ୍ ଯୋଗାଯୋଗ କରିବାକୁ ଚାହାଁନ୍ତି :- ୯୯୩୮୩୩୨୬୨୬,୯୪୩୮୭୬୦୬୦୮ ନମ୍ବର ରେ କଲ କରନ୍ତୁ ବୋଲି ଆୟୋଜକ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।


