ପାରଳାଖେମୁଣ୍ଡି ମାତୃମଣ୍ଡଳୀ ଦ୍ୱାରା ଆୟୋଜିତ ଶ୍ରୀରାମଚରିତ ମାନସ ପଠନ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଅନୁଗାମୀ ସାଧ୍ବୀ ଅନୁସୂୟା ଦାସୀ ପାରଳା ନଗରର ମହିଳା ମାନଙ୍କୁ ନେଇ ମାତୃମଣ୍ଡଳୀ ଗଠନକରି ପ୍ରତ୍ୟେକ ଦିନ ରାତ୍ର ରାଜଗୁରୁ ସାହି ସ୍ଥିତ ଶ୍ରୀରାଘୁନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମଚରିତ ମାନସ ପଠନ ଓ ପ୍ରବଚନ କାର୍ଯ୍ୟକ୍ରମ ତାଙ୍କରି ପ୍ରତିନିଧିତ୍ୱରେ ଅନୁଷ୍ଠିତ ହୋଇଆସୁଅଛିlଆଜି ଏହାର ଉଦଯାପନୀ ଉତ୍ସବରେ ଶଙ୍କର ରଥଙ୍କ ପୌରହିତରେ ଘୃତ ଯଜ୍ଞ ପରେ ବ୍ରାହ୍ମଣ ଭୋଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ତଥା ପ୍ରବଚକରୂପେ ବ୍ରହ୍ମନନ୍ଦ ଜୀ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଗଣ ଯୋଗଦେଇ ଶ୍ରୀରାମଚନ୍ଦ୍ରଙ୍କ ଜୟଗାନ କରି ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ l ସମସ୍ତ କାର୍ଯ୍ୟକ୍ରମରେ ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହଯୋଗ କରି ବାଲ ବିକାଶ ନିମନ୍ତେ ଏହିଭଳି କାର୍ଯ୍ୟକ୍ରମ କରିବା ପାଇଁ ନିବେଦନ କରିଥିଲେl

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ