ବାଇକ କୁ ଧକା ଦେଇ କାନ୍ଥ ପିଟିହୋଇ ଅଟୋ ଚାଳକ ମୃତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଛକ ନିକଟରେ ଏକ ବାଇକ କୁ ଧକା ଦେଇ ଅଟୋ ଚାଳକ ଙ୍କ ମୃତ ହୋଇଥିବା ଜଣାପଡ଼ିଛି l ମୃତକ ଜଣଙ୍କ ହେଲେ ଖମାର ଗ୍ରାମର ଶୁକଦେବ ନାୟକ l ଖବର ରୁ ଜଣାପଡ଼ିଛି ଅଟୋ ଡ୍ରାଇଭର ଜଣଙ୍କ ନିଜ ଅଟୋ କୁ ଚଳାଇ ଦିଗପହଣ୍ଡି ରୁ ଶେରଗଡ଼ ଅଭିମୁଖେ ଯାଉଥିବା ବେଳେ ରାମଚନ୍ଦ୍ରପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲ ଚାଳକ କୁ ଧକ୍କା ଦେଇ ନିକଟରେ ଥିବା ଏକ ଘରର କାନ୍ଥକୁ ପିଟି ହୋଇଥିଲା l ଘଟଣା ସ୍ଥଳ ରେ ସ୍ଥାନୀୟ ଲୋକଙ୍କ ସହାୟତରେ ଅଟୋ ଡ୍ରାଇଭର କୁ ଉଦ୍ଧାର କରି ଆଡ଼ପଡା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ l ସେଠାକାର ଡାକ୍ତର ଶୁକଦେବ କୁ ମୃତ ଘୋଷଣା କରିଥିଲେ l ଖବର ପାଇଁ ପାଟପୁର ପୋଲିସ ପହଞ୍ଚି ମୃତ ଦେହ ଜବତ କରିଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ