ନିମାପଡ଼ା ରେ ମହିଳାଙ୍କୁ ହତ୍ୟା ପୁଅ ଥାନାରେ ଅଟକ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ଥାନା ଗୋପୀନାଥପୁର ରଙ୍ଗଣୀ ସାହି ରେ ମହିଳା ଙ୍କୁ ହତ୍ୟା କରିବା ପରେ ଘର ବାରିପଟେ ପୋଡିଦିଆଯାଉଥିବା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଅବସ୍ଥା ରେ ମହିଳା ଙ୍କ ଶବ କୁ ଜବତ କରିଛି। ମହିଳା ଙ୍କ ପୁଅ ପ୍ରଭଞ୍ଜନ ସେନାପତି ଙ୍କୁ ଥାନାରେ ଅଟକ ରଖି ପୋଲିସ ଘଟଣା ର ତଦନ୍ତ କରୁଛି। ଏହି ଘଟଣା ରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରିଛି।ପୁରୀ ରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଛି। ମୃତ ମହିଳା ଙ୍କ ନାମ ସୁଲୋଚନା ଦେଇ (୫୮) ବୋଲି ଜଣାପଡ଼ିଛି। ପୁଅ ବୋହୂ ଙ୍କ ସହିତ ପାରିବାରିକ କଳହ ପରେ ଗତକାଲି ବିଳମ୍ବିତ ରାତି ରେ ମହିଳା ଙ୍କ ଶବ ଘର ର ବାରିପଟେ ଜଳୁଥିବା ଦେଖି ଗ୍ରାମବାସୀ ମାନେ ପୋଲିସ କୁ ଜଣାଇଥିଲେ। ପୋଲିସ ସେଠାରେ ପହଂଚି ଅର୍ଦ୍ଧଦଗ୍ଧ ଶବ କୁ ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ଘଟଣା ର ନିରପେକ୍ଷ ତଦନ୍ତ କରିବାକୁ ଗ୍ରାମବାସୀ ମାନେ ପୋଲିସ ନିକଟରେ ଦାବି କରିଛନ୍ତି। ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ