ଦୁହୁରିଆ କୁଷ୍ଠ କଲୋନୀରେ ନବବର୍ଷ ପାଳିଲାଶ୍ରୀ ଶ୍ରୀ ପତିତପାବନ କ୍ଲବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଦୁହୁରିଆସ୍ଥିତ କୁଷ୍ଠ କଲୋନୀବାସୀଙ୍କ ସହିତ ଆଜି ନବବର୍ଷକୁ ପାଳନ କରିଛନ୍ତି କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଣିଆମାଳ ପତିତପାବନ କ୍ଲବର ସଦସ୍ୟମାନେ । କ୍ଲବର ସଦସ୍ୟମାନେ କଲୋନୀବାସୀଙ୍କୁ ଫଳ, ବିସ୍କୁଟ, କ୍ଷୀର ଓ ପାଉଁରୁଟି ପ୍ରଭୃତି ବଣ୍ଟନ କରିବା ସହିତ ସେମାନଙ୍କ ସହ ନବବର୍ଷ – ୨୦୨୩କୁ ପାଳନ କରିଥିଲେ । ଆଗାମୀ ଦିନରେ ଆହୁରି ଅଧିକ ଏଭଳି ଜନମଙ୍ଗଳ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ବିଶ୍ୱଜିତ ରାୟ, ସମ୍ପାଦକ କିର୍ତ୍ତୀରଞ୍ଜନ ବେହୁରା, ରାଜ୍ୟ ସଂଖ୍ୟାଲଘୁ ସେଲ ସମ୍ପାଦକ ସେକ ଅବଦୁଲ୍ଲା, ସହ ସମ୍ପାଦକ ଅସିମରଞ୍ଜନ ଜଗତି, ମନୋରଞ୍ଜନ ପାତ୍ର, ବିକାଶ ମାହାଲିକ, ପରମାନନ୍ଦ ସାହୁ, ଭାବଗ୍ରାହୀ ମଲିକ, ବିଭୁତିଭୂଷଣ ପଣ୍ଡା, ଚନ୍ଦନ କୁମାର ସାହୁ, ଶରତ ସାହୁ, ଜୀତେନ୍ଦ୍ର ବୈଦ୍ୟଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ