ଚଳିତ ମାସ ଗଞ୍ଜାମ ଜିଲ୍ଲାରେ ହେବାକୁ ଥିବା ଯୁଗ୍ମ ଅଭିଯୋଗ ଶୁଣାଣୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଦ୍ବାରା ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଶୁଣାଣି ନିମ୍ନରେ ପ୍ରଦତ୍ତ କାର୍ଯ୍ୟସୂଚୀ ତାରିଖ ପ୍ରକାରେ ଅନୁଷ୍ଠିତ ହେବାର ସ୍ଥିର କରାଯାଇଛି । ଗଞ୍ଜାମ ଜିଲ୍ଲାର ଜନ ସାଧାରଣ ସେମାନଙ୍କ ଅଭିଯୋଗ ନିର୍ଦ୍ଧାରିତ ଦିନ ଓ ସ୍ଥାନ ଗୁଡିକରେ ଜଣାଇ ପାରିବେ । ଜାନୁୟାରୀ ୯ ତାରିଖ ଦ୍ବିତୀୟ ସୋମବାର ଦିନ ଚିକିଟି ବ୍ଲକ୍, ଜାନୁୟାରୀ ୧୬ ତାରିଖ ତୃତୀୟ ସୋମବାର ଦିନ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜାନୁୟାରୀ ୨୩ ତାରିଖ ଚତୁର୍ଥ ସୋମବାର ଛୁଟି ଦିବସ ଥିବାରୁ ଜାନୁୟାରୀ ୨୪ ତାରିଖ ମଙ୍ଗଳବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜାନୁୟାରୀ ୩୦ ତାରିଖ ପଞ୍ଚମ ସୋମବାର ଦିନ ହିଞ୍ଜିଳି ବ୍ଲକ୍ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।


