ବିଜେପି କଣମଣାମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ପୁତିଗୋପାଳପୁର ସ୍ଥିତ ଭାରତୀୟ ଜନତା ପାର୍ଟିର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ଛତ୍ରପୁର ନିର୍ବଚନମଣ୍ଡଳୀ କଣମଣାମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଜନତାପାର୍ଟିର ରାଷ୍ଟ୍ରୀୟ ମହାମନ୍ତ୍ରୀ ତଥା ଓଡିଶା ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦ୍ରଶ୍ୱରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡଳ ଓ ବୁଥ୍‌ସ୍ତରରେ ସଂଗଠନକୁ ସୁଦୁଢ଼ ଲାଗି ପରାମର୍ଶ ଦେଇଛନ୍ତି । ସଂପୃକ୍ତ ଓ ସଶକ୍ତମଣ୍ଡଳ ଏବଂ ବୁଥ୍‌ସ୍ତରରେ ସକ୍ରିୟ ହେବାକୁ ହେବ । ମଣ୍ଡଳ ଓ ବୁଥ୍‌ସ୍ତରରେ ଯେଉଁ କାର୍ଯ୍ୟକର୍ତ୍ତାମାନେ ଅଛନ୍ତି ସେମାନେ ହିଁ ପ୍ରକୃତରେ ଦଳକୁ ମଜବୁତ୍ ତଥା ସଂଗଠନକୁ ସୁଦୁଢ଼ କରିବାରେ ମୂଳଦୁଆ । ସେମାନେ ସକ୍ରିୟ ହେବେ ତେବେ ପ୍ରତିଦ୍ୱନ୍ଦୀ ଥିବା ଅନ୍ୟ ରାଜନୈତିକ ଦଳକୁ କଡା ଟକ୍କ୍‌ର ଦେଇପାରିବା । ଦେଶ ତଥା ରାଜ୍ୟର ପୁରୁଖା ନେତାଙ୍କ ପରିଚୟ ଏହି ବୁଥ୍ ଓ ମଣ୍ଡଳସ୍ତରରେ ଥିବା କାର୍ଯ୍ୟକର୍ତ୍ତାଙ୍କ ସଂଗଠନରୁ ହିଁ ସୃଷ୍ଟି ହୋଇଥାଏ । ଭାରତୀୟ ଜନତା ପାର୍ଟିର ବର୍ତ୍ତମାନ ଦୃଢ଼ ସଙ୍କଳ୍ପ ନେଇଛି ଯେ, ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଥିବା ମଣ୍ଡଳ ଓ ବୁଥ୍‌ସ୍ତରରେ ଦଳୀୟ ସଂଗଠନକୁ ମଜବୁତ୍ କରିବା । ଏହି ସଙ୍କଳ୍ପକୁ ନେଇ ସମଗ୍ର ଭାରତବର୍ଷରେ ଅଭିଯାନ ଆରମ୍ଭ ହୋଇଛି । ଏଣୁ ଆମେ ପ୍ରଥମେ ଆମ ଘର ତଥା ମଣ୍ଡଳକୁ ସଶକ୍ତ କରିବା ତେବେ ଆମ ସଂଗଠନ ସୁଦୁଢ଼ ହୋଇପାରିବ । ତେବେ ଆସନ୍ତା ନିର୍ବାଚନ ବେଳେକୁ ଆମେ ନିଜ ନିଜ ଅଞ୍ଚଳରେ ସଫଳ ହୋଇପାରିବା ବୋଲି ଭାରତୀୟ ଜନତାପାର୍ଟିର ରାଷ୍ଟ୍ରୀୟ ମହାମନ୍ତ୍ରୀ ତଥା ଓଡିଶା ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦ୍ରଶ୍ୱରୀ କଣମଣାମଣ୍ଡଳର ସମସ୍ତ କାର୍ଯ୍ୟକାରିତାମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ରାଜ୍ୟ ସଂଗଠନ ମନ୍ତ୍ରୀ ମାନଓ ମହାନ୍ତି, ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ ଉପସଭାପତି ଭୁଗ୍ରୁବକ୍ସିପାତ୍ର, ନୟାଗଡ ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଛତ୍ରପୁର ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁବାସ ସାହୁ, ସଂଯୋଜକ ବସନ୍ତ କୁମାର ବେହେରା, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଅତିଥି ଦଳୀୟ ସଂଗଠନକୁ ମଜବୁତ୍ କରିବା ଦିଗରେ ପରାମର୍ଶ ଦେଇଥିଲେ । କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ ସଂଯୋଜନା କରିଥିବା ସାଧାରଣ ସଂପାଦକ ପ୍ରଫୁଲ କୁମାର ପଣ୍ଡା ମଣ୍ଡଳର ସମସ୍ତ କାର୍ଯ୍ୟକାରିତାଙ୍କ ବିବରଣୀ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନମଣ୍ଡଳୀ ନେତା ପ୍ରଶାନ୍ତ କୁମାର କର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ