ମନ୍ତ୍ରୀଙ୍କ ଦ୍ଵାରା ସୁଧିରୀ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଳକ ଅନ୍ତର୍ଗତ କେନ୍ଦୁବାଡି କ୍ରିକେଟ ଖେଳ ପଡିଆରେ ଶ୍ରୀ ରାଧାକୃଷ୍ଣ କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ବର୍ଗତ ସୁଧିରୀଙ୍କ ସ୍ମୃତିରେ ସୁଧିର ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ସୁଧିରୀଙ୍କ କ୍ରୀଡା ଓ ଗ୍ରାମ ପ୍ରତି ଯେଉଁ ଅବଦାନ ଥିଲା ତାହାକୁ ମନେ ପକାଇ ସ୍ବର୍ଗତ ଆତ୍ମାକୁ ସମ୍ମାନ ଜଣାଇ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଵପ୍ନା ବିଷୋୟୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଅଛି । ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଖେଳ ପାଇଁ ରହି ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ସରପଞ୍ଚ ରମା ସ୍ବାଇଁ, ସମିତି ସଭ୍ଯ ନରେନ୍ଦ୍ର କୁମାର ସ୍ବାଇଁ, ପୂର୍ବତନ ସରପଞ୍ଚ ବିଜୟ କୁମାର ଭୂୟାଁ, ସରପଞ୍ଚ ଉତ୍କଳ ପ୍ରଧାନ, ପୂର୍ବତନ ସମିତିସଭ୍ଯ କାର୍ତ୍ତିକ ଜେନା, ପାଙ୍ଗିଡି ସମବାୟ ସମିତି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ମନୋରଞ୍ଜନ ପଟ୍ଟନାୟକ, ସିଲୁ ଦଳାଇ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଘାଟନୀ ମ୍ୟାଚ ପାଙ୍ଗିଡି ପଞ୍ଚାୟତର ପଙ୍କଳବାଡି ଟିମ ଓ ବୁଗୁଡା ଏନ୍ଏସିର କାଦପଡା ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପଙ୍କଳବାଡି ଟିମ ବିଜୟି ହୋଇଥିଲେ। ନାଏବ ସରପଞ୍ଚ ସଞ୍ଜୟ କୁମାର ଜେନା, ବିଷ୍ଣୁ ସ୍ବାଇଁ, କାହ୍ନଚରଣ ଜେନା, ନାରାୟଣ ବିଷୋୟୀ, ପପୁନୁ ଭୂୟାଁ, ଶ୍ରୀଦ୍ଧାନ୍ତ କୁମାର ଜେନା ରାଧାକୃଷ୍ଣ କ୍ରିକେଟ କ୍ଳବର ସମସ୍ତ ଯୁବକ ଓ ଗ୍ରାମବାସୀ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ