ମଦଧରିବାକୁ ଯାଇ ଆକ୍ରମଣର ଶିକାରହେଲେ ରମ୍ଭା ପୋଲିସ
ଗଞ୍ଜାମ, (ବିନୋଦ ପଲାଇ):ଚୋରା ମଦବିକ୍ରି ଧରିବାକୁ ଯାଇ ,ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ। ମଦବେପାରୀଙ୍କ ଆକ୍ରମଣରେ ପୋଲିସ ଜିପଭାଙ୍ଗିବା ସହ, ଏସଆଇଙ୍କ ସମେତ ତିନି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାଟି ଘଟିଛି ରମ୍ଭାଥାନାର ବିଟି ନୂଆଁଗାଁର ରାସ୍ତାରେ। ଯାହା ଏହି ଘଟଣାଟି ଆଲୋଚନାରା ପ୍ରସଙ୍ଗ ପାଲଟିଛି। ଯାହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଜପତି ନଗର ରାସ୍ତାର ବିଟିନୂଆଁଗାଁ ପଦ୍ମପୁର ଠାରେ ବେଆଇନ ଭାବେ ଚୋରାମଦବିକ୍ରି ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ରମ୍ଭା ଥାନାପକ୍ଷରୁ ରାତି ପ୍ରାୟ ୧୧ଘଣ୍ଟ ସମୟରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ମଦବିକ୍ରି କରୁଥିବା ଲୋକମାନେ ଓଲଟା ଆକ୍ରମଣ କରିବା ସହ ପୋଲିସ ଆସିଥିବା ଜିପଟାକୁ ଭଙ୍ଗାରୁଜା କରିଥିଲେ। ଫଳରେ ଚଢ଼ାଉରେ ଆସିଥିବା ରମ୍ଭା ଥାନାର ଏସଆଇ ଶରତ ଦାସ, କର୍ମଚାରୀ ସନ୍ତୋଷ ରେଡ୍ଡୀ, ପ୍ରଭାତ ନାୟକ ଆହତ ହୋଇଥିଲେ। ସେଠାରୁ କୌଶଳ କ୍ରମେ ଫେରି ଆଇଆଇସିଙ୍କୁ ଖବର ଦେବା ପରେ ଅଧିକ ପୋଲିସ ପହଞ୍ଚିଥିଲେ ଉକ୍ତ ସ୍ଥାନରେ। ମଦବିକ୍ରୀ ଓ ଆକ୍ରମଣ ଅଭିଯୋଗରେ ପହଲି ବେହେରା, ଗଣେଶ ବେହେରା, ଓ ଶଙ୍କର ବେହେରାଙ୍କୁ ଗିରିଫ କରିଛି। କେଶ ନମ୍ବର ୭/୨୩ ରୁଜୁ କରି ଏସଆଇ ବିମଲ କୁମାର କାହ୍ନାର ଏହାର ତଦନ୍ତ କରୁଥିବା ଜଣାପଡିଛି।


