ପୋଲସରା ସହରରେ ଅସମାଜିକଙ୍କ ଗତିବିଧି ଲକ୍ଷ କରିବ ସିସି କ୍ୟାମେରା

ପୋଲସରା, (ଅନିଲ କୁମାର ମହାରଣା):ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବଢ଼ିବା ଯୋଗୁଁ ପୋଲସ୍ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅସମାଜିକଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବା ପାଇଁ ପୋଲସରା ପୋଲିସ ପକ୍ଷରୁ ପୋଲସରା ସହରର ବିଭିନ୍ନ ପ୍ରବେଶ ପଥ ସମେତ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ସଂଯୋଗ କରାଯାଇଛି। ଜାନୁଆରୀ ୬ ତାରିଖ ଦିନ ଦକ୍ଷୀଣାଞ୍ଚଳ ଆଇ.ଜି.ପି. ସତ୍ୟବ୍ରତ ଭୋଇ ଓ ଗଂଜାମ ପୋଲିସ ଜିଲ୍ଲା ଏସ.ପି. ବ୍ରିଜେଶ ରାୟଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ବାରା ପୋଲସରା ସହରରେ ସିସି କ୍ୟାମେରା ଓ ପୁରୁଣା ଥାନ ଗୃହରେ ପୋଲିସ ସହାୟକ କେନ୍ଦ୍ରର ଉଦଘାଟନ କରିଛନ୍ତି । ପୁରଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ, ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଆଇଆଇସି କୃଷ୍ଣଚନ୍ଦ୍ର ସାହା , ଏନ୍.ଏ.ସି. ଅଧ୍ୟକ୍ଷା ସଙ୍ଗୀତା ବେହେରା , ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା , ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ ଓ ଝୁନୁ ଦାସ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ , ସାଂସଦ ପ୍ରତିନିଧି ମୋତିରାମ ସାହୁ ସମେତ ସମସ୍ତ ପୋଲିସ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ