ଆନ୍ତରାଜ୍ୟ ସ୍ତରୀୟ ସମାରୋହରେ ହଦଗଡ ଜବାହାର ନବୋଦୟ ଛାତ୍ରୀଙ୍କ କୃତ୍ତିତ୍ୱ
ହାଟଡିହି, (ବିକାଶ ବିଶ୍ୱାଳ):ଆନ୍ତରାଜ୍ୟ ସ୍ତରୀୟ ସମାରୋହରେ ହଦଗଡ ଜବାହାର ନବୋଦୟ କେନ୍ଦୁଝରର ଛାତ୍ରୀମାନେ କୃତ୍ତିତ୍ୱ ÷ହାସଲ କରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଗତ ୩ତାରିଖ ଠାରୁ ୫ତାରିଖ ପର୍ଯ୍ୟନ୍ତ ନବୋଦୟ୍ର ବିଦ୍ୟାଳୟ ସମିତି ଭୋପାଳ ଦ୍ୱାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ, ଛତିଶଗଡ, ଓଡିଶାକୁ ନେଇ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ହଦଗଡ ନବୋଦୟ ବିଦ୍ୟାଳୟର ଛାତ୍ରମୀାନେ ଓଡିଶୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଉଚ୍ଚ ପ୍ରସଂଶିତ ହେବାସହିତ ସମ୍ମାନୀତ ମଧ୍ୟ ହୋଇଥିଲେ । ଏପରିକି ହଦଗଡ ନବୋଦୟ ବିଦ୍ୟାଳୟର ଛାତ୍ରୀମାନଙ୍କ ଏହି ନୃତ୍ୟକଳାକୁ ସେଠାକାର ଗଣମାଧ୍ୟମରେ ମଧ୍ୟ ଉଚ୍ଚ ପ୍ରସଂଶିତ କରାଯାଇଛି । ଜବାହାର ନବୋଦୟ ବିଦ୍ୟାଳୟ ହଦଗଡର ଆଦିତୀ ଦକ୍ଷିଣରାୟ, ନିଳାଦ୍ରୀ ତନୟା, ଅଙ୍କିତା ଦାସ, ସୋନାଲି ବେହେରା, ଲିପସା ନାୟକ, ସେଲିନା ମହାନ୍ତ, ପୂଜାରାଣୀ ମହାନ୍ତ, ପ୍ରତିଭା ମହାନ୍ତ, ନିବେଦିତା ହାଁସଦା, ଅଦ୍ୟ ଅରନ୍ଧିତା ମୁଣ୍ଡା, ମାନଶ୍ରୀ ଅମାନ୍ତ, ମଧୁସ୍ମୀତା ମହାନ୍ତ, ବାଦ୍ୟଯନ୍ତ୍ରରେ ସ୍ନେହା ବିରୁହା, ଜିତୁ ମଲ୍ଲିକ, ଦିବ୍ୟଜ୍ୟୋତି ମହାନ୍ତି ଓ ସଂଗୀତ ଶିକ୍ଷୟତ୍ରୀ ସୁକାନ୍ତି ସାହୁ ପ୍ରମୁଖ ସାମିଲ ହୋଇଥିଲେ । ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପି.ମଣିକଣ୍ଡନଙ୍କ ପ୍ର୍ରୋତ୍ସାହନରେ ଓଡିଶି ନୃତ୍ୟଗୁରୁ ଓ ଗବେଶକ ଡ. ମନୋଜ ବେହେରା ଛାତ୍ରୀମାନଙ୍କୁ ଓଡିଶି ନଅତ୍ୟଶିକ୍ଷା ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ଏପରି ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ପି ମଣିକଣ୍ଡନ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସୁଧାଶୁଂ ଦକ୍ଷିଣରାୟ ଓ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ମାନେ ବିଦ୍ୟାଳ ପାଇଁ ଗୌରବ ଆଣିଦେଇଥିବା ଏହି ଛାତ୍ରୀମାନଙ୍କୁ ଓ ବିଦ୍ୟାଳୟର ସଂଗୀତ ଶିକ୍ଷୟତ୍ରୀଙ୍କୁ ଅଭିନନ୍ଦନ ସ ଶୁଭେଚ୍ଛା ଜଣାଇଛନ୍ତି । ପିଲାମାନଙ୍କୁ ନୃତ୍ୟ ସଙ୍ଗୀତ ଶିକ୍ଷାପାଇଁ କେନ୍ଦୁଝର ଜିଲ୍ଲାପାଳ ଅଧିକ ପ୍ରୋତ୍ସାହନ ଯୋଗାଇଦେଲେ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି ପାଇବା ସହିତ ଏହି ଛାତ୍ରଛାତ୍ରୀ ମାନେ ଦେଶରେ ପ୍ରଥମସ୍ଥାନ ହାସଲ କରି ଜିଲ୍ଲାପାଇଁ ଗୌରବ ଆଣିବେ ବୋଲି ଅଭିଭାବକଙ୍କ ପ୍ରତିନିଧି ସୁଧାଶୁଂ ଦକ୍ଷିଣରାୟ ପ୍ରକାଶ କରିଛନ୍ତି ।


