ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ
ହାଟଡିହି, (ବିକାଶ ବିଶ୍ୱାଳ):ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ସଢ଼ାର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବକୁ ସଢ଼ା ପଞ୍ଚାୟତର ସରପଞ୍ଚ ସାଗରୀକା ଜେନା, ସାରଦେଇ ବାଳିକା ହାଇସ୍କୁଲର ବରିଷ୍ଠ ଶିକ୍ଷକ ବିଷ୍ଣୁ ଚରଣ ସେଠୀ ସଢ଼ା ସିଆରସିସି କୃଷ୍ଣଚନ୍ଦ୍ର ନାହାକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗୀତାରେ ଦୌଡ, ଜାଭେଲିନ, ଡିସକସ, ସଟଫୁଟ ଥ୍ରୋ, ଗଣିତ ଦୌଡ, ମ୍ୟୁଜିକ ଚେୟାର, ଝୋଟିଚିତ୍ର, ସ୍ଲୋ ସାଇକେଲ ରେସ, ଉଚ୍ଚ ଡିଆଁ, ଲମ୍ବଡିଆଁ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିବାବେଳେ ବରିଷ୍ଠ ବାଳିକା ବିଭାଗରେ ନର୍ମଦା ସୁତାର, ବାଳକ ବିଭାଗରେ ତାପସ ଜେନା ଚମ୍ପିୟନ ହୋଇଥିବାବେଳେ କନିଷ୍ଠ ବିଭାଗରେ ସୌମ୍ୟ ରଞ୍ଜନ ସ୍ୱାଇଁ ଓ ପ୍ରଜ୍ଞା ପାରମିତା ବେହେରା, ଟିକି ନାଇକ ପ୍ରମୁଖ ଚମ୍ପିୟନ ହୋଇଥିଲେ । ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହିର ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ସମ୍ମାନୀତ ଅତିଥି ଭାବେ ଓଷ୍ଟାର ସଂଗଠନ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଓଷ୍ଟାର ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳ, ଓଷ୍ଟା କେନ୍ଦୁଝରର କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ସେଠୀ, ସାରଦେଇ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସତ୍ୟଭାମା ଦେଓ, ସ୍କୁଲ କମିଟି ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଶିକ୍ଷାରେ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ମୁଲ୍ୟମାନ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ନବଘନ ନାୟକ, ନୟନବାଳା ନାୟକ, ସ୍ୱାତୀ ସୁରଚିତା ବେହେରା, ହରିହର ପଣ୍ଡା, ସୁଷମା ମିଶ୍ର, ନିବେଦିତା ଚନ୍ଦ୍ରକଳା ଦେବୀ, ପ୍ରଫୁଲ ଚନ୍ଦ୍ର ଦାସ, ଆରତୀ ବେହେରା, ନିଳାଦ୍ରୀ କୁମାର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


