ମା’ ସିଂହାସନୀ ପୀଠରେ ବିଜେଡିର ବନ୍ଧୁମିଳନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ନେତା ଓ କର୍ମୀ ମାନଙ୍କୁ ନେଇ ନୂତନ ବର୍ଷ ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ ପୋଲସରା ବିଧାୟକ ତଥା ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମା’ ସିଂହାସନୀ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଶହ ଶହ ଦଳୀୟ ନେତା, କର୍ମୀ ଓ ଶୁଭେଚ୍ଛୁ ବୃନ୍ଦ ଘଣ୍ଟ ମୃଦଙ୍ଗ ବାଜା ବଜାଇ ଶ୍ରମମନ୍ତ୍ରୀ ଶ୍ରୀ ସାହୁ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଥମେ ମା’ ସିଂହାସନୀ ମନ୍ଦିରକୁ ଯାଇ ମାଁଙ୍କ ଦର୍ଶନ କରିଥିଲେ। ଚଳିତ ୨୦୨୩ ବର୍ଷ ସମସ୍ତଙ୍କ ମଙ୍ଗଳ ହେବାସହ ଏକାତାର ଶକ୍ତି ଆହୁରି ସୁଦୃଢ ହେବାପାଇଁ ଶ୍ରମମନ୍ତ୍ରୀ କାମନା କରିଥିଲେ। ଏହି ଅବସରରେ ସୋଡ଼କ ପଞ୍ଚାୟତର ବିଜେପିର ସମିତି ସଭ୍ୟା ଗୀତା ସେଠୀ ଓ ତାଙ୍କ ଦଳୀୟ କର୍ମୀ ମାନଙ୍କୁ ନେଇ ମନ୍ତ୍ରୀ ଶ୍ରୀ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ମନ୍ତ୍ରୀ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସ୍ବାଗତ କରିବା ସହ ବିଜେଡିରେ ସାମିଲ କରାଯିବ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ , ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା , ଏନ୍.ଏ.ସି. ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା , ଜିଲ୍ଲା ମହିଳା ବିଜେଡି ଉପସଭାପତି କବିତା ସାହୁ , ଜିଲ୍ଲା ପରିଷଦ ସଦସ୍ୟା ଝୁନୁ ଦାସ, ଆସିକା କୋପରେଟିଭ ସୋସାଇଟି ସଭାପତି ରଞ୍ଜନ କୁମାର ସାହୁ , ସାଂସଦ ପ୍ରତିନିଧି ପ୍ରତାପ ଚନ୍ଦ୍ର ପ୍ରଧାନ, ସରପଞ୍ଚ ରଘୁନାଥ ଭୂୟାଁ , ମନୁ ଗୌଡ଼, ପୂର୍ବତନ ନଗର ପାଳ , ଗୋପାଳ କୃଷ୍ଣ ସାହୁ , ବାବୁଲା ପଟ୍ଟନାୟକ, ପୀତବାସ ପ୍ରଧାନ , ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ , ବୁଗୁଡା ଏନ୍.ଏ.ସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ବରିଷ୍ଠ ନେତା ରେବତୀ ମୋହନ ନାୟକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ