ବୁଗୁଡା ବ୍ଲକ ଜି.ଆର.ଏସ. ସଂଘର ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଗ୍ରାମ ରୋଜଗାର ସେବକ ସଂଘର ଏକ ବୈଠକ ବୁଗୁଡା ମା ମାଳିଝୋଳା ମନ୍ଦିର ପରିସରରେ ସଙ୍ଗଠନର ସଭାପତି କାହ୍ନୁ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗ୍ରାମ ରୋଜଗାର ସେବକ ବୃନ୍ଦଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ଗ୍ରାମ ରୋଜଗାର ସେବକ ମାନଙ୍କ ମଧ୍ୟରୁ ୪୯ ପ୍ରତିଶତ ପଦୋନ୍ନତି ଦେବା ଓ ଅବଶିଷ୍ଟ ଜି.ଆର.ଏସ.ଙ୍କୁ ଡି.ଇ.ଓ. ପଦବୀରେ ଅବସ୍ଥାପିତ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଜିଲ୍ଲା ସଭାପତିଙ୍କ ନିକଟକୁ ଅନୁରୋଧ ପତ୍ର ପ୍ରଦାନ କରାଗଲା। ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ସୁକାନ୍ତ ପାଣିଗ୍ରାହୀ, ସମ୍ପାଦକ ବିଦ୍ୟାଧର ପାତ୍ର, ଯୋଗେଶ୍ୱର ସ୍ୱାଇଁ, ରାଜଶ୍ରୀ ଗୌଡ଼, ତୁଷାର କାନ୍ତ ବେହେରା, ସଚ୍ଚିଦାନନ୍ଦ ଖାଡଙ୍ଗା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ