ଶେଷ ହେଲା ୮ ଦିବସିୟ ଆତ୍ମ ସୁରକ୍ଷା ତାଲିମ ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଚାଲିଥିବା ଅଷ୍ଟ ଦିବସିୟ ଆତ୍ମ ସୁରକ୍ଷା ତାଲିମ ଶିବିର ଜାନୁଆରୀ ୧୧ ତାରିଖ ଦିନ ସମାପ୍ତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜଗନ୍ନାଥ ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଡ଼ଃ ରାଧାମାଧବ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଡ଼ଃ ପ୍ରିୟବ୍ରତ ପ୍ରଧାନ, ସନ୍ତୋଷ କୁମାର ସ୍ୱାଇଁ, ଓ ଶଙ୍କର ଆଶିଷ ପାତ୍ର ଯୋଗ ଦେଇ ଆତ୍ମ ସୁରକ୍ଷା ତାଲିମର ଉପକାରୀତା ବିଷୟରେ ବକ୍ତବ୍ୟ ରଖିଥିଲେ। ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ସୁଚିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଶୃଙ୍ଖଳିତ ଭାବେ ତାଲିମ ପରିଚାଳିତ ହୋଇଥିଲା। ମାଷ୍ଟର ଟ୍ରେନର ଦିବ୍ୟନି ସାହୁ ଓ ପୂଜାରାଣୀ ପ୍ରଧାନ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ କୌଶଳ ପ୍ରୟୋଗ ତାଲିମ ପ୍ରଦାନ କରିଥିଲେ। ଶେଷ ଦିନରେ ଛାତ୍ରୀମାନେ ସେମାନେ ଶିକ୍ଷା ଗ୍ରହଣ କରିଥିବା ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ। ଶେଷରେ ସଂଯୋଜିକା ତଥା ଅଧ୍ୟାପିକା ଶ୍ରୀମତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ