ବିଶ୍ୱକଲ୍ୟାଣ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଓଡିଶା ବ୍ରାହ୍ମଣ ମହାସଙ୍ଘ, ରାଇରଙ୍ଗପୁର ଶାଖାର ସଭାପତି ଅଧ୍ୟାପକ ଗଣେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଇରଙ୍ଗପୁରର ଶ୍ରୀ ଶ୍ରୀ ପୁର୍ଣଶ୍ୱର ମନ୍ଦିରରେ ବିଗତ ବର୍ଷ ପରି ଏ ବର୍ଷ ମଧ୍ୟ ବିଶ୍ୱକଲ୍ୟାଣ ମହାଯଂଜ୍ଞର ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା ଉକ୍ତ ବୈଠକରେ ପ୍ରମୁଖ ସଦସ୍ୟଙ୍କ ସର୍ବସମ୍ମତି କ୍ରମେ ଆସନ୍ତା ମାର୍ଚ୍ଚ ମାସ ତା ୨୩,୨୪,୨୫ ଓ ୨୬ ରିଖ ଚାରି ଦିନ ବ୍ୟାପି ଯଜ୍ଞ ଆୟୋଜନ କରିବା ନେଇ ଦିନ ଧାର୍ଯ୍ୟ କରାଗଲା ଉକ୍ତ ବୈଠକରେ ସଂଘର ସମ୍ପାଦକ ସୁଶାନ୍ତ କୁମାର ଶର୍ମା, କୋଷାଧକ୍ଷ ନୃସିଂହ ଚରଣ ଦାଶ,ଉପଦେଷ୍ଟା ତରୁଣ କୁମାର ନନ୍ଦ, ଈଶ୍ୱର ପ୍ରହରାଜ, ସଦସ୍ୟ ରବିନାରାୟଣ ହୋତା, ଅର୍ଦ୍ଧନ୍ଦୁ ଶେଖର ରଥ, ଶଶିର କୁମାର ପଣ୍ଡା, ସମୀର କୁମାର ଦାଶ, ଧନେଶ୍ୱର ଶତପଥୀ, ଜନରଞ୍ଜନ ଦାଶ, ବିମଳେନ୍ଦୁ ମିଶ୍ର, ମାନସ କୁମାର ମିଶ୍ର, ସତ୍ୟବ୍ରତ ଦାଶ, ହେମନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ରହି ବିଶ୍ୱକଲ୍ୟାଣ ଯଜ୍ଞର ସଫଳତା କାମନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ