ବିଶ୍ବକର୍ମା ବଢେଇ କୁଳ ସୂତାର ମହାପାତ୍ର ବଂଶର ବାର୍ଷିକ ବଂଧୁ ମିଳନ ଉତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା):ବିଶ୍ବକର୍ମା ବଢେଇ କୁଳ ସୂତାର ମହାପାତ୍ର ବଂଶର ବାର୍ଷିକ ବଂଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଛତ୍ରପୁର ନିକଟସ୍ଥ ଈଷ୍ଟ ଦେବୀ ମା ରାମଚଣ୍ଡୀ ପୀଠରେ ମକର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଛି ।ବଂଶର ଉପ ସଭାପତି ଶରତ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସଂପାଦକ ଉଦୟ ନାଥ ମହାରଣା ସଭା ସଂଯୋଜନା କରି ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ ।ଏଇ ଅବସରରେ ଭାରତୀୟ ସେନା ବାହିନୀ ର ଅବସରପ୍ରାପ୍ତ କ୍ଯାପଟେନ ଶ୍ରୀନିବାସ ମହାରଣା (ମାଣ୍ଡିଆ ପଲ୍ଲୀ),ସୂକ୍ଷ୍ମ କାଷ୍ଠ ର ଯୁବ କାରୀଗର ଦିଲୀପ କୁମାର ମହାରଣା (ବ୍ରହ୍ମପୁର)ଏବଂ ୨୦୨୨ ରେ ମାଟ୍ରିକ ପରୀକ୍ଷାରେ ୭୦% ରୁ ଅଧିକ ନମ୍ବର ରଖିଥିବା ବଂଶଜ ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯକାରୀ କମିଟି ର କାର୍ଯ୍ୟକାଳ ଶେଷ ହୋଇଯାଇଥିବା ପରିପ୍ରେକ୍ଷୀରେ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇ ସଭାପତି ଭାବେ ଶରତ ଚନ୍ଦ୍ର ମହାରଣା, ଉପସଭାପତି-ଶ୍ରୀନିବାସ ମହାରଣା, ସଂପାଦକ-ଉଦୟନାଥ ମହାରଣା, ସହ ସଂପାଦକ-ନାରାୟଣ ମହାରଣା ଓ ରମେଶ ଚନ୍ଦ୍ର ମହାରଣା,କୋଷାଧ୍ୟକ୍ଷ-ତାରିଣୀଙ୍କ ମହାରଣା ଏବଂ ଉପଦେଷ୍ଟା ମଣ୍ଡଳୀରେ ବିଜୟ ଚନ୍ଦ୍ର ମହାରଣା,ଲିଙ୍ଗରାଜ ମହାରଣା ,ବାସୁଦେବ ମହାରଣା,କୃଷ୍ଣଚନ୍ଦ୍ର ମହାରଣା ଓ ଅନିଲ ମହାରଣା ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।ଶେଷରେ ତାରିଣୀ ମହାରଣା ଧନ୍ଯବାଦ ଅର୍ପଣ କରିଥିଲେ ।ଏଇ ଉତ୍ସବରେ ଗଂଜାମ ଓ ଅନ୍ୟାନ୍ୟ ଜିଲ୍ଲାରୁ ପ୍ରାୟ ୨୫୦ ଜଣ ବଂଶଜ ଭାଇ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ