ସଡକ ସୁରକ୍ଷା ସପ୍ତାହ ଅବସରରେ ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଚମାଖଣ୍ଡି ପଂଚାୟତ ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଛକ ନିକଟରେ ଗୋପାଳପୁର ସ୍ଥିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଫଟି ସୁପରଭାଇଜର କେଷବ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ମାଇନିଂ ଲିମିଟେଡ ର ଅଗ୍ନି ନିରାପତ୍ତା ଅଧିକାରୀ ବିଜୟ ମହାପାତ୍ର, ସୁରକ୍ଷା ପରିଚାଳକ ବଳରାମ ମିଶ୍ର ପ୍ରମୁଖ ଯୋଗ ଦେଇ ରାସ୍ତାରେ ଯାଉଥିବା ଗାଡି ଚାଳକ ମାନଙ୍କୁ ହେଲମେଟ ଓ ସିଟ ବ୍ୟାଲ୍ଟ ପିନ୍ଧିବା ପାଇଁ ସଚେତନତା କରିଥିଲେ । ଏହା ସହ ହେଲମେଟ ଓ ସିଟ ବେଲ୍ଟ ପିନ୍ଧି ଗାଡି ଚଲାଉଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ମାଇନିଂ ର ସେବାବ୍ରତ ପ୍ରଧାନ, ଅମିତ୍ ମହାପାତ୍ର, ମନୋଜ ଶତପଥିଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


