ଯୁକ୍ତ ଦୁଇ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ଶ୍ରେଣୀର ବିଜ୍ଞାନ ଓ କଳା ବିଭାଗର ପ୍ରଥମ ବର୍ଷ ଛାତ୍ରୀଙ୍କ ଅଷ୍ଟ ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଜାନୁଆରୀ ୧୭ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ତାଲିମ ଶିବିରର ପରାମର୍ଶଦାତା ଅଧ୍ୟାପକ ଜୟଦେବ ଗୌଡ଼ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ ଶିବିରକୁ ପ୍ରିନ୍ସପାଲ ନୃସିଂହ ନାଥ ପ୍ରଧାନ ଉଦଘାଟନ କରିବା ସହ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅଧ୍ୟାପକ ଲୋକନାଥ ମହାନ୍ତି ଏବଂ ଅଧ୍ୟାପିକା ଆରତୀ ମହାପାତ୍ର ଓ ସୁନିତା ଦେବୀ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଉପକାରୀତା ବିଷୟରେ ବକ୍ତବ୍ୟ ରଖିଥିଲେ। ମାଷ୍ଟର ଟ୍ରେନର ଭାବେ ଦିବ୍ୟାନୀ ସାହୁ ଓ ପୂଜାରାଣୀ ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଥିଲେ। ଆଠ ଦିନ ପାଇଁ ଏହି ତାଲିମ ଶିବିର ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ