ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାକୁ ହରାଇ ପ୍ରୋଗ୍ରେସିଭ ଝାରସୁଗଡା ଫାଇନାଲରେ

ହାଟଡିହି, (ବିକାଶ ବିଶ୍ୱାଳ):ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ମଠ କପୁଣ୍ଡି ମିନି ଷ୍ଟାଡିୟମ ଠାରେ ଚାଲିଥିବା ୬ଷ୍ଠ ବାର୍ଷିକ ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମିଫେଇନାଲ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାକୁ ୫ଉଇକେଟରେ ପରାସ୍ତ କରି ପ୍ରୋଗ୍ରେସିଭ ଝାରସୁଗଡା ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଟସଜିତି ପ୍ରୋଗ୍ରେସିଭ ଝାରସୁଗଡା ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୧୭୨ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଅଙ୍କିତ ଯାଦବ ସର୍ବାଧିକ ୩୧ଟି ବଲରେ ୫୩ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ପ୍ରୋଗ୍ରେସିଭ ଝାରସୁଗଡା ୧୯.୨ ଓଭରରେ ୫ଉଇକେଟ ହରାଇ ୧୭୪ରନ କରି ବିଜୟୀ ହୋଇଥିଲା । ଅମ୍ପାୟାର ଭାବେ ଶାନ୍ତନୁ କୁମାର ରାଉତ, ବିଜୟ ଜେନା ଖେଳ ପରିଚାଳନା କରିଥିଲାବେଳେ ଜ୍ୟୋତି ରଞ୍ଜନ ଜେନା ଓ ରଶ୍ମୀରଞ୍ଜନ ବେହେରା ସ୍କୋରର ଓ ସୁରେଶ ସଂଣ୍ଡେଲ, ଆଜାର ଉଦ୍ଦିନ, ଅନନ୍ତ କୁଅଁର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଝାରସୁଗୁଡାର ପୁଷ୍କର ରାଜ ୪ଓଭର ବୋଲିଂ କରି ୫ଟି ଉଇକେଟ ଅକ୍ତିଆର କରିବା ସହିତ ୨ଟି ବଲରେ ୩୨ରନ କରିଥିବା ଯୋଗୁଁ ତାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ ଭାବେ ବିବେଚନା କରାଯାଇ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମନୋଜ ପାତ୍ର, ଦାଶରଥି ଦେବତା, ପ୍ରଫୁଲ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । କରୋନା କଟକଣା ଯୋଗୁଁ ଅନୁଷ୍ଠିତ ହୋଇପାରି ନଥିବା ଗତବର୍ଷର ଫାଇନାଲ ମ୍ୟାଚ ଛିତଗଡ ଫରେଷ୍ଟ ଓ ଚରମ୍ପା ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ସୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ