ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ କରି ବ୍ଲକ ଘେରିଲେ ହିତାଧିକାରୀ
ହାଟଡିହି, (ବିକାଶ ବିଶ୍ୱାଳ):ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟ ମିତତା ହୋଇଛି । ଏଠି ଜଣେ ଜଣେ ଲୋକ ପୁର୍ବରୁ ତିନି ତିନଟି ଆବାସ ଯୋଜନା ଘର ପାଇଥିବାବେଳେ ଏବେ ପୁଣି ତାଙ୍କ ପରିବାର ଳୋକଙ୍କ ନାମରେ ଆବାସ ଯୋଜନା ତାଲିକାରେ ସେମାନଙ୍କୁ ପ୍ରାଥମିକତା ଦିଆଯାଇଛି । ଏପରିକି ସରକାରୀ ଚାକିରି କରିଥିବାବେଳେ ଦୁଇ ତିନି ମହଲାର କୋଠାଘର ଥିବା ଲୋକଙ୍କୁ ଆବାସ ଯୋଜନା ଘର ଦେବାପାଇଁ ତାଲିକାରେ ନାମ ଉଲେଖ କରାଯାଇଛି । କିନ୍ତୁ ବାସ୍ତବ କ୍ଷେତ୍ରରେ ଯୋଗ୍ୟ ଲୋକଙ୍କୁ ଏଠାରୁ ବାଦ ଦିଆଯାଇଛି ବୋଲି ଅଭିଯୋଗ କରି ଆଜି ଆଇତିପୁର, ଗେଡମା, ଡଅଁର ପଞ୍ଚାୟତରୁ ୫୦ରୁ ଉର୍ଦ୍ଧ ଲୋକ ଆସି ବ୍ଲକ ଘେରାଉ କରିବା ସହିିତ ବିଡିଓଙ୍କ ନିକଟରେ ଦାବି ଉପସ୍ଥାପିତ କରିଥିଲେ । ଏପରିକି ଆଇତିପୁର ପଞ୍ଚାୟତର ପିଇଓଙ୍କ ସମ୍ପର୍କୀୟମାନେ ଆବାସ ଯୋଜନାରେ ସାମିଲ ହେବାପାଇଁ ଯୋଗ୍ୟ ନଥାଇବି ତାଲିକାରେ ସେମାନଙ୍କୁ ପ୍ରାଥମିକତା ଦିଆଯାଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଯେ ଆଇତିପୁର ପଞ୍ଚାୟତରେ ଶହଶହ ଯୋଗ୍ୟ ଗରିବ ଲୋକ ଭଙ୍ଗା ଚାଳଘରେ ବସବାସ କରୁଥିବାବେଳେ ସେମାନଙ୍କ ନାମକୁ ତାଲିକାରୁ ବାଦ ଦେଇଥିବାବେଳେ ପୁର୍ବରୁ ଆବାସଯୋଜନା ଘର ପାଇଥିବା ପରିବାର, ଧନିକ ଶ୍ରେଣୀୟ ଳୋକଙ୍କୁ ତାଲିକାରେ ଭର୍ତ୍ତି କରାଯାଇଛି । ଆଜି ଯୁଗଳ କିଶୋର ଦାସ, ମାନସ ଦାସ, କୃତ୍ତିବାସ ପରିଡା, ଭ୍ରମରବର ଦାସ, ଶଶିକାନ୍ତ ଦାସ, ପଞ୍ଚାନନ ଭୁତିଆ, ସୁରେନ୍ଦ୍ର ଭୁତିଆ, ବୃନ୍ଦାବନ ବାରିକ, ଭାଗିରତô ଜେନା, ଜଗବନ୍ଧୁ ଜେନା, ଜଗନ୍ନାଥ ଜେନା, ରମେଶ ଦାସ, ଅମୁଳ୍ୟ ଜେନା, ସୁର୍ଯ୍ୟମଣି ବେହେରା, ନରେନ୍ଦ୍ର ସେଠୀ, ଯୁଦ୍ଧିଷ୍ଠିର ପାତ୍ରଙ୍କ ସମେତ ୫୦ରୁ ଉର୍ଦ୍ଧ ବ୍ୟକ୍ତି ବ୍ଲକ ଘେରାଉ କରିବା ସହିତ ବିଡିଓଙ୍କୁ ଭେଟି ଅଭିଯୋଗ କରିଥିଲେ । ବିଡିଓ ସମସ୍ତଙ୍କ ଅଭିଯୋଗ ଶୁଣିବାପରେ ଏହାର ତଦନ୍ତ ପୁନଃ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ଗ୍ରାମବାସୀମାନେ କହିଛନ୍ତି ।